ପ୍ରେସ କ୍ଲବ ଓ ମିଳିତ ନାଗରିକ ମଞ୍ଚ ପକ୍ଷରୁ ‘ଦୁର୍ନିତୀ ପ୍ରଗତି ର ପ୍ରତିବନ୍ଧକ ‘ଆଲୋଚନା ଚକ୍ର

Udaya_Labanya | November 2, 2022 | 12 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଦୁର୍ନିତୀ ନିବାରଣ ସପ୍ତାହ ଅବସରରେ ଜିଲ୍ଲା ପ୍ରେସ କ୍ଲବ ଓ ମିଳିତ ନାଗରିକ କମିଟି ସହଯୋଗ ରେ ବୁଧବାର ପ୍ରେସ କ୍ଲବ ଠାରେ ଦୁର୍ନିତୀ ପ୍ରଗତି ର ପ୍ରତିବନ୍ଧକ ସମ୍ପର୍କ ରେ ଏକ ଆଲୋଚନା ଚକ୍ର ଅନୂଷ୍ଠିତ
ହୋଇଥିଲାlଏଥିରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କ ସଭା ପତିତ୍ବ ରେ ଅନୁଷ୍ଠି ତ ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ଭାବେ ଭିଜିଲାନ୍ସ ଡ଼ିଏସପି ଅରୁଣ କୁମାର ନାୟକ ଯୋଗ ଦେଇଥିବାବେଳେ ମିଳିତ ନାଗରିକ ମଞ୍ଚ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା ମୁଖ୍ୟ ବକ୍ତା, ଓ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ କମାଣ୍ଡାଣ୍ଟ ନବୀନ ପଣ୍ଡା, ବରିଷ୍ଠ ନାଗରିକ ତଥା ପୂର୍ବତନ ଏନଏ ସି ଅଧ୍ୟକ୍ଷ କମଳା କାନ୍ତ ପାଣ୍ଡେ,, ପ୍ରେସ କ୍ଲବ ଉପସଭାପତି ସନ୍ତୋଷ ଡିଗାଲ ଯୋଗ ଦେଇ ସମସ୍ତେ ସଚେତନ ହେଲେ ସମାଜ ରୁ ଦୁର୍ନିତୀ ରୋକାଯାଇପାରିବ ଆଉ ଜିଲାଓ ରାଜ୍ୟ, ତଥା ଦେଶ ରେ ପ୍ରଗତି ସଂଭବ ହେବ ବୋଲି କହିଥିଲେ l
ସେହିପରି ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ତଥା ଶିକ୍ଷାବିତ ନବ କିଶୋର ରଥ, ଅଶୋକ ରାୟ, ଉପସଭାପତି ପ୍ରେସ କ୍ଲବ ସତ୍ୟ ନାରାୟଣ ବେହେରା, ବରିଷ୍ଠ କଳାକାର ଜଳନ୍ଧର ବେହେରା, ପ୍ରମୁଖ ଯୋଗ ଦେଇ ଦିନକୁ ଦିନ ସରକାରୀ କାର୍ଯ୍ୟାଳୟ ରେ ଦୁର୍ନିତୀ ବଢ଼ି ବାରେ ଲାଗିଛି, ଏଣୁ ଦୁର୍ନିତୀ ରୋକିବା ନିହାତି ଜରୁରୀ ବୋଲି କହିଥିଲେ, ଫଳରେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କହିଥିଲେ l
ପ୍ରେସ କ୍ଲବ, କାର୍ଯ୍ୟକାରୀ ସଭାପତିତଥା ମିଳିତ ନାଗରିକ କମିଟି ଆବାହକ ଅଶୋକ ପରିଡା
ସ୍ଵାଗତ ଭାଷଣ ଓ ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l
ଏହି ଆଲୋଚନା ଚକ୍ର ରେ ବରିଷ୍ଠ ନାଗରିକ, ପ୍ରେସ କ୍ଲବ ସଦସ୍ୟ,ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories