ପ୍ରେସ କ୍ଲବ ପକ୍ଷରୁ ମୃତ ୱେବ ସାମ୍ବାଦିକ ବିକାଶ ମିଶ୍ର ଙ୍କ ଶୋକ ସଭା

Udaya_Labanya | November 2, 2022 | 16 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ମଙ୍ଗଳବାର ସନ୍ଧ୍ୟାରେଏକ ସଡକ ଦୂର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଫୁଲବାଣୀ ର ୱେବଚାନେଲ, ଓ ପୃଷ୍ଠ ଭୂମି ଖବର କାଗଜ ର ଯୁବ ସାମ୍ବାଦିକ ବିକାଶ ମିଶ୍ର ଙ୍କ ଉଦେଶ୍ୟରେ ପ୍ରେସ କ୍ଲବ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା
ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା l
ଏହି ଅବସର ରେ ସାମ୍ବାଦିକ ମାନେ ନିଜେ ସୁରକ୍ଷିତ ରହି କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ l
ସ୍ବର୍ଗତ ବିକାଶ ଜଣେ ଯୁବ ଓ ଉଦୀୟମାନ ସାମ୍ବାଦିକ ଥିଲେ କନ୍ଧମାଳ ର ବିକାଶ ପାଇଁ ସେ ଉଦ୍ୟମ କରୁଥିଲେ ବୋଲି ସଭାପତି ପଟନାୟକ କହିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟ କାରି ସଭାପତି ଅଶୋକ ପରିଡା, ଉପ ସଭାପତି ସୁନୀଲ ବିଶ୍ୱାଳ, ସମ୍ପାଦକ ପ୍ରଶାନ୍ତ ବେହେରା, ଅଶୋକ ମହାନ୍ତି, ଅଶୋକ ରାୟ,କେମେରମ୍ୟାନ ବିଶ୍ୱରଂଜନ ସାମନ୍ତରାୟ, ବୀରେନ୍ଦ୍ର ସୁବୁଦ୍ଧି,ସୂର୍ଯ୍ୟ ବେହେରା, ମୁସକାନ ସୁଆର ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ବିକାଶ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ l
ସ୍ବର୍ଗତ ବିକାଶ ଙ୍କ ପରିବାର ବର୍ଗ ଙ୍କୁ ଯେପରି ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ଉଦ୍ୟମ କରିବା ପାଇଁ ମତ ପ୍ରକାଶ ପାଇଥିଲା
l

ସୂଚନାଯୋଗ୍ୟ ଯେ, କୌଣସି ସମ୍ବାଦ ସଂଗ୍ରହ କରିବାକୁ ମଙ୍ଗଳ ବାରବାଇକ ରେ ଖଜୁରୀପଡା ଯାଉଥିବା ବେଳେ ଖଜୁରୀପଡା ଥାନା ଅନ୍ତର୍ଗତ ସମ୍ବେ ପଦର ନିକଟରେ ଏକ ଗାଡି ବାଇକ କୁ ପଛରୁ ପିଟିବା ଫଳରେ ଦୂର୍ଘଟଣା ଘଟିଥିଲା l ଘଟଣା ସ୍ଥଳ ରେ ବିକାଶ ମିଶ୍ର ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories