ଯୁବ ସାମ୍ବାଦିକ ଙ୍କ ଅନ୍ତେଷ୍ଟକ୍ରିୟା ସମ୍ପନ୍ନ, ବିଧାୟକଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଙ୍କ ଶୋକ

Udaya_Labanya | November 2, 2022 | 13 views |0 | Breaking News


ଫୁଲବାଣୀ ଫୁଲବାଣୀ ର ଯୁବ ସାମ୍ବାଦିକ ବିକାଶ ମିଶ୍ର ଙ୍କ ଶେଷ ଦର୍ଶନ କରିବା ପାଇଁ ଫୁଲବାଣୀ ସାହି ସ୍ଥିତ ତାଙ୍କ ବାସଭବନ ରେ ଆଜି ସକାଳେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,କନ୍ଧମାଳ ବିଜେଡ଼ି ପର୍ଯ୍ୟବେକ୍ଷକ ବିଜୟ ନାୟକ, ଜିଲ୍ଲା ବିଜେଡ଼ି ସଭାପତି ସରୋଜ କର୍ଣ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ନନ୍ଦିନୀ ମଲିକ, ଲୁଇସିଂସରପଞ୍ଚ ସୁଦର୍ଶନ କହଁର, ଯୁବ ବିଜେଡି ସଭାପତି ବିଷ୍ଣୁ ମଲିକ, ଛାତ୍ର ବିଜେଡି ସୁନୀଲ ସେଠି, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ପୁନମ କହଁର,ନଗର ସଭାପତି ପାର୍ଥ ବିଶ୍ୱାଳ, କଂଗ୍ରେସ ନେତା ରଜତ ମହାନ୍ତି, ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ପ୍ରେସ କ୍ଲବ କାର୍ଯ୍ୟ କାରି ସଭାପତି ଅଶୋକ ପରିଡା, ଉପସଭାପତି ସୁନୀଲ ବିଶ୍ୱାଳ, ଜିଲ୍ଲା ସାମ୍ବାଦିକ ସଙ୍ଘ ଉପସଭାପତି ସନ୍ତୋଷ ଡିଗାଲ, ସହ ସମ୍ପାଦକ,ପ୍ରେସ କ୍ଲବ, ରମେଶ ପ୍ରଧାନ, ଆଦିତ୍ୟ ତ୍ରିପାଠୀ, ଶିବ ରାମନାୟକ, ଅଜିତ ମହାରଣା, ସନ୍ତୋଷ ବେହେରା, ସୁଧୀର ମହାରଣା, କାହ୍ନl ପଟନାୟକ, କାହ୍ନ l ଡିଗାଲ, ସିପୁନ, ବିଶ୍ୱ ରଞ୍ଜନ ସାମନ୍ତରାୟ, କ୍ଷିତୀଶ ମଲିକ, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ମର ଶରୀର ରେ ପୁଷ୍ପମାଲ୍ୟlର୍ପର୍ଣ ଅର୍ପଣ କରିବା ସହ ଅମର ଆତ୍ମା ର ସଦଗତି କାମନା କରିଥିଲେ ଓ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ l
ସେହିପରି ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା, ଗୋପାଳ ପଟନାୟକ, ବିଜୟ ମହାନ୍ତି, ନାରାୟଣ ସାହୁ, ଫିଲିମୋହୋନ ନାୟକ ,ସୁବାସ ପ୍ରଧାନ, ଶିବ ତ୍ରିପlଠି ପ୍ରମୁଖ ଗଭୀରଶୋକବ୍ୟକ୍ତ କରିଥିଲେ l
ସୂଚନା ଯୋଗ୍ୟ ଯେ, ସାମ୍ବାଦିକ ବିକାଶମିଶ୍ର ଓ ବିକାଶଦିଗଲ ଖବର ସଂଗ୍ରହ କରିବାଲାଗି ଖଜୁରୀପଡା ଯାଇ ସନ୍ଧ୍ୟାରେ ଫେରୁଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ବିକାଶଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବିକାଶଦିଗଲ ଗୁରୁତର ଆହତ ହୋଇଥିଲେ l ଆହତ ସାମ୍ବାଦିକ ଡିଗାଲ ଙ୍କ ସ୍ୱାସ୍ଥ୍ୟବସ୍ଥା ରେ ଉନ୍ନତି ଆସିଥିବା ଜଣାପଡିଛି l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories