ରାଜ୍ୟସ୍ତରୀୟ ଭାରତ ସ୍କାଉଟସ ଏବଂ ଗାଇଡସ “ଜାଗୃତି” କ୍ୟାମ୍ପରେ ଶିକ୍ଷକ ପୁରସ୍କୃତ

Udaya_Labanya | November 2, 2022 | 12 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସୁନ୍ଦରଗଡ଼ର ବରଗାଁ ଆଇଟିଆଇ କ୍ୟାମ୍ପସ, ରାଜ୍ୟ ଭାରତ ସ୍କାଉଟସ ଏବଂ ଗାଇଡସ ତାଲିମ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ଭାରତ ସ୍କାଉଟସ ଏବଂ ଗାଇଡସ “ଜାଗୃତି” କ୍ୟାମ୍ପ ୫ ଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି l ଏହି କ୍ୟାମ୍ପରେ ୩୦ଟି ଶିକ୍ଷା ଜିଲ୍ଲା ସହ ୮ଟି ଏସଏଡ଼ଡି ଜୋନରୁ ୧୦୫୦ ଜଣ ସ୍କାଉଟ ଗାଇଡ଼ ଓ ୯୨ ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପଟେନ ଅଂଶ ଗ୍ରହଣ କରିଥିଲେ l ବକୃତା ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର ସ୍କାଉଟ ମାଷ୍ଟର ତୀର୍ଥବାସୀ ଘଡ଼ାଇ ପ୍ରତିନିଧିତ୍ୱ କରି ମୋ ଦୃଷ୍ଟିରେ ଜାଗୃତି ଓ ବର୍ତ୍ତମାନ କ୍ଷେତ୍ରରେ ଏସଡିଜିର ୧୭ଟି ପଏଣ୍ଟ ଉପସ୍ଥାପନ କରି କ୍ୟାମ୍ପର ମୁଖ୍ୟ ପ୍ୟାଟ୍ରନ ଓ ମୁଖ୍ୟ କମିଶନର ଡ଼. କାଳୀ ପ୍ରସାଦ ମିଶ୍ର ଙ୍କ ଠାରୁ ସ୍ବର୍ଣ୍ଣ ପଦକ ଲାଭ କରିବା ପରେ ବାଲିଗୁଡା ଓ ସମଗ୍ର କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ପାରିଛନ୍ତି l ଶ୍ରୀ ଘଡାଇଙ୍କ ଘର ବାଲିଗୁଡାରେ ହୋଇଥିବା ବେଳେ ବାଲିଗୁଡା ନିକଟସ୍ଥ ଗଟାଙ୍ଗୀ ସ୍ଥିତ ଆଶ୍ରମ ବିଦ୍ୟାଳୟ ରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories