ସପ୍ତମ ସହିଦ ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ, ୬୮ ରନ ରେ ବାଲିଗୁଡା ବିଜୟୀ

Udaya_Labanya | November 3, 2022 | 18 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଖେଳ ହିଁ ଏକମାତ୍ର ମାଧ୍ୟମ ଯାହା ପରସ୍ପର ମଧ୍ୟରେ ବନ୍ଧୁତ୍ୱ ଓ ଭାତୃତ୍ୱ ଭାବ ସୃଷ୍ଟି କରିଥାଏ, ତା ସାଙ୍ଗକୁ ସ୍ୱାସ୍ଥ୍ୟ ଓ ମନ ମଧ୍ୟ ଭଲ ରହିଥାଏ ବୋଲି ପୂ ରସ୍କାର ବିତରଣୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ କହିଛନ୍ତି lସେହିପରି ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା କ୍ରୀଡ଼ା ସଙ୍ଘ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ଯୋଗ ଦେଇ କ୍ରୀଡାର ବିକାଶ ପାଇଁ ପୋଲିସ କ୍ରିକେଟ ମ୍ୟାଚ ର ଆୟୋଜନ କରୁଥିବା ରୁ ପ୍ରଶଂସା କରିଥିଲେ l
ବିଜୟୀ ବାଲିଗୁଡାଚମ୍ପିୟାନ ଦଳକୁଓ ରନର୍ସ ଅପ ପୋଲିସ ଟିମ କୁ ମୁଖ୍ୟ ଅତିଥି ଏସପି ଅଗ୍ରଵାଲ କପ ପ୍ରଦାନ କରି ପୁରସ୍କୃତ କରି ଥିଲେ l ସେହିପରି ବାଲିଗୁଡା ର ଗୁଲୁ ମେନ ଅଫ ଦି ମ୍ୟାଚ ହୋଇଥିବାବେଳେ ପୋଲିସ ଟିମ ର ଅମରେଶ୍ବର ପାତ୍ର ମ୍ୟାନ ଅଫ ଦି ସିରିଜ ହୋଇଥିଲେ l
ସୂଚନା ଯୋଗ୍ୟ ଯେ,
ଫୁଲବାଣୀ ପୋଲିସ ରିଜର୍ଭ ଗ୍ରାଉଣ୍ଡ ଠାରେ ଚାଲିଥିବା ସପ୍ତମ ସହିଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଗୁରୁବାର ପୋଲିସ ଓ ବାଲିଗୁଡା ଏସ ଡ଼ିଏଏ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ପୋଲିସ ଟିମ କୁ ୬୮ ରନ ରେ ପରାସ୍ତ କରି ବାଲିଗୁଡା ବିଜୟୀ ହୋଇଛି l
ପୋଲିସ ଟିମ ଟସ ଜିତି ବାଲିଗୁଡା କୁ ବ୍ୟାଟିଂ କରିବାକୁ କହିଥିଲାl
ବାଲିଗୁଡା ନିର୍ଧାରିତ କୋଡିଏ ଓଭର ରେ ୭ ଉଇକେଟ ହରାଇ ୧୬୭ ରନ କରିଥିବାବେଳେ ପୋଲିସ ଟିମ ସମସ୍ତ ଉଇକେଟ ହରାଇ୧୭.0୧ ଓଭର ରେ ମାତ୍ର ୯ ୭ ରନ କରିଥିଲେ l
ଅଶୋକ ବେହେରା ଓ ସୁଜନ ଫାଇନାଲ ମ୍ୟାଚ ରେ ଅମ୍ପାଇର ଭାବେ ସୁଚାରୁରୂପେ ଦାଇତ୍ୱ ତୁଲାଇଥିଲେ l
ଏହି ଟୁର୍ଣ୍ଣାମେଣ୍ଟ ଗତ ୨୧ ତାରିଖ ରୁ ଆରମ୍ଭ ହୋଇଥିଲା l ଏଥିରେ ଜିଲ୍ଲାର ବଛା ବଛା ୧୬ ଟିମ ଅଂଶ ଗ୍ରହଣ କରିଥିଲେ l ପୋଲିସ ରିଜର୍ଭ ଇନିସ୍ପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେସମସ୍ତ ମ୍ୟାଚ ଶାନ୍ତିପୂର୍ଣ ଭାବେ ଅନୁଷ୍ଠିତ ହୋଇଥିଲା l ଆର ଆଇ. ପ୍ରଧାନଙ୍କ ନିଷ୍ଠା, ଆନ୍ତରିକତା, କ୍ରିକେଟ ପ୍ରତି ଥିବା ଆଗ୍ରହ ଓ ଭଲପାଇବା ଯୋଗୁଁଗତ କିଛି ବର୍ଷ ହେଲା ବିଭିନ୍ନ ସମୟରେ ଏ ଭଳି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଆସୁଛି l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories