ଦୁର୍ନିତୀ ଗ୍ରସ୍ତ ବିଡ଼ିଓ ଙ୍କ ବଦଳି ଦାବୀ କଲେ ଅଧକ୍ଷା

Udaya_Labanya | November 5, 2022 | 56 views |0 | Breaking News


ଫୁଲବାଣୀ
କନ୍ଧମାଳ ଜିଲ୍ଲା ଜି. ଉଦୟ ଗିରୀ ବିଡ଼ିଓ ଙ୍କ ମନ ମୁଖି କାର୍ଯ୍ୟ, ଦୁର୍ନିତୀ, ଲୋକପ୍ରତିନିଧିଂକୁ ଅଣ ଦେଖା,ପିସି
କାରବାର ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ଶେଷରେ ଅଭିଯୋଗ ଆଣିଛନ୍ତି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ ଆଉ ତୁରନ୍ତ ବିଡ଼ିଓ ଙ୍କୁ ଏଠାରୁ ଅନ୍ୟତ୍ର ବଦଳି ନ କଲେ ରାଜରାସ୍ତା କୁ ଓଲ୍ହାଇବେ ବୋଲି ଧମକ ଦେଇଛନ୍ତିlପନ୍ଦର ଦିନ ମଧ୍ୟରେ ବଦଳି ନହେଲେ ବ୍ଲକ ସମ୍ମୁଖରେ ଧାରଣା ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି l
ଯାହାକି ଜି. ଉଦୟ ଗିରୀ ଅଂଚଳ ଓ ପ୍ରଶାସନିକ ମହଲ ରେ ଆଲୋଚନା ର ବିଷୟ ବସ୍ତୁ ପାଲଟିଛି l
କେବଳ ବିଡ଼ିଓ ଏକା ନୁହଁନ୍ତି ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ବି ଅଧ୍ୟକ୍ଷା ଙ୍କ ରୋଷ ରୁ ବାଦ ପଡ଼ିନାହାନ୍ତି l
ତେବେ ବ୍ଲକ ଉପାଧ୍ୟକ୍ଷ ଓ କିଛି ସମିତିସଭ୍ୟ ଙ୍କ କହିବାକଥା ହେଲା, କୁଆଡେ ବିଡ଼ିଓ ଜଣେ ଭଦ୍ର, ସରଳ, ଅମାୟିକ, ଓ ଦକ୍ଷ ବିଡ଼ିଓ ବୋଲି କହି ଅଧ୍ୟକ୍ଷା ସୁଷମା ଙ୍କ ଅଭିଯୋଗକୁ ଖଣ୍ଡନ କରିବା ଶାସକ ବିଜେଡ଼ି ଦଳରେଏକ ପ୍ରକାର ଆଲୋଡନ ସୃଷ୍ଟି କରିଛି କହିଲେ ଚଳେ l
ସୂଚନା ଯୋଗ୍ୟ ଯେ, ବିଡ଼ିଓ ଅଧ୍ୟକ୍ଷା ଙ୍କୁ ଅଣଦେଖା କରି ଉପାଧ୍ୟକ୍ଷ ଙ୍କ ଇଙ୍ଗିତ ରେ କାର୍ଯ୍ୟ କରିବା ଫଳରେ ବ୍ଲକ ବିଡ଼ିଓ ବିବାଦ ରେ ଛନ୍ଦିହୋଇପଡ଼ିଛନ୍ତି l
ବ୍ଲକ ରେ ଚାଲିଥିବା ବିବାଦ ଯୋଗୁଁ ଗତ ୬ ମାସ ହେଲା ଆଖି ଦୃ ଶିଆ ଉନ୍ନୟନ କାର୍ଯ୍ୟ କିଛି ହେଉନି l
ଏଣୁ, ଜିଲ୍ଲାପ୍ରଶାସନ ଓ ବିଧାୟକ, ସାଂସଦ ଏଥି ପ୍ରତି ଦୃଷ୍ଠୀ ଦେଇ ସମସ୍ୟା ର ସମାଧାନ ଦିଗରେ ଉଦ୍ୟମ କରିବା ଜରୁରୀ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories