ବାଲିଗୁଡା ରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଚୟନ ପ୍ରକ୍ରିୟା ଅନୁଷ୍ଠିତ

Udaya_Labanya | November 5, 2022 | 60 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ହିତାଧିକାରୀ ଙ୍କୁ ସାମିଲ କରିବା ପାଇଁ କନ୍ଧମାଳ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ବାଲିଗୁଡା ବ୍ଲକ କାର୍ଯାଳୟର ସଭାଗୃହ ମଧ୍ୟରେ କଳାକାର ଚୟନ ପ୍ରକ୍ରିୟା କନ୍ଧମାଳ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚୟନ ପ୍ରକ୍ରିୟା ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବାଲିଗୁଡା ବ୍ଲକର ଚଉଦ ଗୋଟି ଗ୍ରାମ ପଞ୍ଚାୟତ ଏବଂ ବାଲିଗୁଡା ଏନଏସି ରୁ ୧୪୬ ଜଣ କଳାକାର ସହାୟତା ଯୋଜନା ପାଇଁ ଆବେଦନ କରିଥିବା ବେଳେ ୯୫ ଜଣ କଳାକାର ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିଲେ l ଏଥିରେ ବିଚାରକ ଭାବେ ବରିଷ୍ଠ କଳାକାର ରଂଜିତ ମୁଖି, କୁଇ ସଂସ୍କୃତି ଗବେଷକ ତଥା ପ୍ରବଚକ ବିଜେନ୍ଦ୍ର ପ୍ରଧାନ ଏବଂ ଲୋକକଳା ଗବେଷକ ମହେଶ୍ୱର ପ୍ରଧାନ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଜ଼ିଲ୍ଲା ସଂସ୍କୃତି ସଂଘ ର ଉପ ସଭାପତି ଅକ୍ଷୟ କର୍ଣ୍ଣ, ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ତଥା ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ପରିଚାଳନା ରେ ସହଯୋଗ କରିଥିଲେ l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories