ମାଓ ଇଲାକାରେ ସି ଆରପିଏଫ ଜନ ସମ୍ପର୍କ ଶିବିର

Udaya_Labanya | November 5, 2022 | 15 views |1 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ମାଓ ଇଲାକା ଭାବେ ପରିଚିତ ଶ୍ରୀରାମପୁର ଠାରେଶନିବାର ସିଆରପିଏଫ ଅଷ୍ଟମ ବାଟାଲିଅନ ପକ୍ଷରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା lସୁରକ୍ଷା କର୍ମୀ ଓ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ସୁ ସମ୍ପର୍କ ପ୍ରତିଷ୍ଠା ଏହି ଶିବିର ର ମୂଳଲକ୍ଷ୍ୟ ବୋଲି ସିଆରପିଏଫ ଅଧିକାରୀ ଦେବ ପିୟୁଷ ଭରଦ୍ୱାଜ ଅଧିକାରୀ କହିଥିଲେ l ପୋଲିସ କୁ ବନ୍ଧୁ ବୋଲି ଭାବି ସହଯୋଗ ର ହାତ ବଢ଼ାଇଲେ ଉଭୟ ଙ୍କ ମଧ୍ୟରେ ସମ୍ପର୍କ ଅଧିକ ଦୃଢ଼ୀଭୁତ ହେବ ବୋଲି ଭରଦ୍ୱାଜ କହିଥିଲେ l
ଏହି ଅବସର ରେ ଶ୍ରୀରାମପୁର ଓ ଯୁବଗୁଡା ଅଂଚଳ ର ଗରିବ ଲୋକଙ୍କୁ ବିଭିନ୍ନ କୃଷି ସାମଗ୍ରୀ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଯୁବାଗୁଡ଼ା ଡା ସରପଞ୍ଚ ପୀଟର ପାଟ ମାଝୀ, ସିଷ୍ଟର ସିଵା ମାରିଆ, ଜେ ସି ପଲି କା, ସଂଜୀବ ଚୌଧୁରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ
ସି ଆର ପି ଏଫ ଯବାନ ମାନେ ଦିନରାତି ସୁରକ୍ଷା ଯୋଗାଇଦେବା ଫଳରେ ଅଂଚଳରେ ମାଓ କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିବା କହିଥିଲେ l
ଏହି କାର୍ଯ୍ୟକ୍ରମ ରେ ସମସ୍ତ ଯବାନ ସହଯୋଗ କରିଥିଲେ l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories