ରାହୁଳ ନଦୀରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର

Udaya_Labanya | November 6, 2022 | 15 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳର ଜାଲେଶପଟ୍ଟା ଗ୍ରାମ ନିକଟ ରାହୁଲ ନଦୀରୁ ଜଣେ ଯୁବକଙ୍କ ମୃତ ଶବକୁ ରବିବାର ଦିନ ପୂର୍ବାହ୍ନରେ ତୁମୁଡିବନ୍ଧ ପୋଲିସ ଉଦ୍ଧାର କରିଛି l ମୃତ ବ୍ୟକ୍ତିଙ୍କ ନାମ କିଶୋର ଭୋଇ ସେ କଳାହାଣ୍ଡି ଜିଲ୍ଲା ରେଗାଡା ଗ୍ରାମର ବୋଲି ଜଣାପଡିଛି l ସୂଚନା ଅନୁଯାଇ ତୁମୁଡିବନ୍ଧ ଆଦର୍ଶ ବିଦ୍ୟାଳୟର ଏକ ହଷ୍ଟେଲ କୋଠା ନିର୍ମାଣ ପାଇଁ ଦୈନିକ ଶ୍ରମିକ ଭାବେ ସମ୍ପୃକ୍ତ ଠିକାଦାରଙ୍କ ଜରିଆରେ ଆସିଥିଲେ l ତେବେ ଗତ ୪ ତାରିଖ ସକାଳ ୧୦ ଟାରେ ଘରକୁ ଯିବାକୁ କହି ସୁପରଭାଇଜରଙ୍କ ଠାରୁ ୨ ହଜାର ଟଙ୍କା ମାଗିବାପରେ ସେ ଘରକୁ ବାହାରିଥିଲେ l କିନ୍ତୁ ଆଦର୍ଶ ବିଦ୍ୟାଳୟ କୁ ଲାଗି ରହିଥିବା ରାହୁଲ ନଦୀ ତୁଠରେ ରବିବାର ସକାଳ ୮ ଘଣ୍ଟିକା ସମୟରେ ଯୁବକଙ୍କ ଶବ ଭାଷମାନ ଅବସ୍ଥାରେ ଆସୁଥିବା ବେଳେ ତାଙ୍କ ସହକର୍ମୀ ଦେଖି ପୋଲିସ କୁ ଜଣେଇବାପରେ ପୋଲିସ ଆସି ଶବ କୁ ଉଦ୍ଧାର କରିଛି l ତେବେ ଏହା ପ୍ରକୃତରେ ଦୁର୍ଘଟଣା ଜନିତ ମୃତ୍ୟୁ ନା ସୁପରିକଳ୍ପିତ ହତ୍ୟା ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଥିବା ବେଳେ ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ତୁମୁଡିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଜୟନ୍ତ ସେଠୀ କହିଛନ୍ତି l ସହକର୍ମୀଙ୍କ ଦ୍ୱାରା ତୁମୁଡିବନ୍ଧ ଥାନାରେ ଏକ ମାମଲା ଦାଏର ହୋଇଛି ଏବଂ ଏହି ମାମଲାକୁ ଆଧାର କରି ତଦନ୍ତ ଜାରୀ ରହିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି l ଶବ ବ୍ୟବଚ୍ଛେଦ ନିମନ୍ତେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବକୁ ପଠା ଯାଇଛି l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories