ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ୍ ୧୨୭ ବାଟାଲିୟନ୍ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ

Udaya_Labanya | November 9, 2022 | 21 views |0 | Breaking News


ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ୍ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଲଙ୍କାଗଡ଼ ଅଞ୍ଚଳରେ ସରକାରଙ୍କ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା, ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲଙ୍କାଗଡ଼ ଗ୍ରାମ ପଞ୍ଚାୟତର ଅଞ୍ଚଳବାସୀଙ୍କ ସମେତ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଯୁବ ଗୋଷ୍ଠୀ ସାମିଲ୍ ହୋଇଥିଲେ । ଏହି ଅବସରରେ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହିତ ଯୁବ ଗୋଷ୍ଠୀଙ୍କ କ୍ରୀଡ଼ାରେ ବିକାଶ ପାଇଁ ଭଲିବଲ୍, ଭଳିବଲ ନେଟ, ଫୁଟବଲ୍,ହ୍ୟାଣ୍ଡ୍ ବଲ୍ ଆଦି ଖେଳ ସାମଗ୍ରୀ ବଣ୍ଟନ କରାଯିବା ସହ ସିଆରପିଏଫ୍ ପକ୍ଷରୁ ୨୦ଟି ଅସହାୟ ପରିବାରଙ୍କୁ ବିଭିନ୍ନ ରୋଷେଇ ସାମଗ୍ରୀ ବଣ୍ଟନ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା,ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏହି ମାନବିକ ସିଭିକ୍ ଆକ୍ସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି | ଅଞ୍ଚଳବାସୀଙ୍କ ସହ ପୋଲିସର ସୁସମ୍ପର୍କ ସ୍ଥାପନ କରିବା ଏବଂ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ଏହି କାର୍ଯ୍ୟକ୍ରମର ମୁଳ ଲକ୍ଷ ବୋଲି କହିଛନ୍ତି ମୁଖ୍ୟ ଅତିଥି ସିଆରପିଏଫ୍ ଦ୍ବିତୀୟ କମିଣ୍ଡାଣ୍ଟ୍ ମାଉଲି ମୋହନ କୁମାର । ଅତିଥି ମାନଙ୍କ ଦ୍ବାରା ସ୍ଥାନୀୟ ଜନସାଧାରଣଙ୍କୁ ସମସ୍ତ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲଙ୍କାଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସରୋଜ କୁମାର,ଲଙ୍କାଗଡ଼ ସରପଞ୍ଚ ସସ୍ମିତା ପାତ୍ର ଏବଂ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ସମୁଦାୟ ୨୦ ପରିବାର, ଦୁଇଟି ବିଦ୍ୟାଳୟ ଏବଂ ଗୋଟିଏ ଯୁବ କ୍ଲବ ଉପକୃତ ହୋଇଛନ୍ତି ଏବଂ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି ଦ୍ବିତୀୟ କମାଣ୍ଡାଣ୍ଟ୍ ମାଉଲି ମୋହନ କୁମାର ପ୍ରକାଶ କରିଛନ୍ତି ।

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 3 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 3 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories