କେରଳ ରେ ଦାଦନ ର ଦୁଖଦ ମୃତ୍ୟୁ

Udaya_Labanya | November 10, 2022 | 10 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଦୁଇ ପଇସା ଅଧିକା ରୋଜଗାର କରିବ lପିଲାମାନଙ୍କୁ ଭଲରେଦୁଇ ଅକ୍ଷର ପାଠ ପଢ଼ାଇବା ସହ ପରିବାର ଭଲରେ ଚଳିବେ ବୋଲି ଅନେକ ଆଶା ଓ ସ୍ବପ୍ନ ନେଇ ଭିଟାମାଟି ଛାଡି ସୁଦୂର କେରଳ ଯାଇ ସେଠାରେ ଦାଦନ ଖଟୁଥିଲା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ଅଂଚଳର ବୟାଳିଶ ବର୍ଷୀୟ ସୁରେଶ ନାୟକ,
lହେଲେ ଦୁଇଦିନ ତଳେ ହଟାତସୁରେଶ ଙ୍କ ମୃତ୍ୟୁ ଘଟିଥିଲା l
ଖବର ପାଇବା ପରେ ପ ରିବାର ରେ ଦୁଃଖର ଛାୟା ଖେଳିଯାଇଥିଲା ଲାl ପରିବାର ଲୋକେ ସହଜରେ ସୁରେଶ ଙ୍କ ଅକାଳ ମୃତ୍ୟୁ କୁ ଗ୍ରହଣ କରିପାରୁନାହାନ୍ତି lସବୁ ଆଶା ଓ ଆକାଂକ୍ଷା କ୍ଷଣିକ ମଧ୍ୟରେ ଚୁରମାର ହୋଇଯାଇଥିଲା l.ସୁରେଶ ଙ୍କ ମୃତ୍ୟୁ କାହିଁକି ଓ କିପରି ହେଲା ଜଣାପଡ଼ିନି l ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି କୁହାଯାଉଛି l ଏବେ ତାଙ୍କ ମୃତ ଦେହ କିପରି ଆସିବ ସେନେଇ ଚିନ୍ତାରେ ପରିବାର ଓ ଗ୍ରାମବାସି l ସୁଦୂର କେରଳ ରୁ ପୁଅ ର ମୃତ ଦେହ ଆଣିବାଲାଗି ପରିବାର ପାଖରେ ସମ୍ବଳ ନାହିଁ l
ଜ଼ିଲ୍ଲା ପ୍ରଶାସନ ସୁରେଶ ଙ୍କ ମୃତ ଦେହ ଗାଁ କୁ ଆଣିବାଲାଗି ଗ୍ରାମବାସି ଓ ପରିବାର ଲୋକେ ନିବେଦନ କରିଛନ୍ତି l ଏଥିସହ ଆର୍ଥିକ ସହାୟତା ଯୋଗାଇଦେବକୁ ମଧ୍ୟ ନିବେଦନ କରିଛନ୍ତି l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories