ପରିବାର ପ୍ରତିପୋଷଣ କରିବା ପାଇଁ ଯାଇଥିବା କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

Udaya_Labanya | November 10, 2022 | 11 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ଗଦାପୁର ଗ୍ରାମର ସୁରେଶ ନାୟକ(୪୨) ପରିବାର ପ୍ରତିପୋଷଣ କରିବା ପାଇଁ ଦାଦନ ଶ୍ରମିକ ଭାବେ କେରଳ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସୁରେଶ କିଛି ମାସ ହେବ ପରିବାର ପ୍ରତିପୋଷଣ କରିବା ପାଇଁ ଗଦାପୁର ଗ୍ରାମରୁ କେରଳ ଯାଇ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ । ବୁଧବାର ସେ ଶୋଇଥିବା ବେଳେ ହଠାତ ତାଙ୍କର ମୃତ୍ୟୁ ହୋଇଥିବା ଖବର ପରିବାରର ଲୋକଙ୍କୁ ସେଠାରୁ ସୂଚନା ମିଳିଥିଲା । ମୃତ୍ୟୁର କାରଣ ଜଣା ପଡ଼ିନଥିବାରୁ ବ୍ୟବଚ୍ଛେଦ ରିପୋର୍ଟ ପରେ ଜଣାପଡ଼ିବ ବୋଲି କୁହାଯାଉଛି । ଗଦାପୁର ଗ୍ରାମରେ ସୁରେଶ ମୃତ୍ୟୁ ଖବର ପାଇ ପରିବାର ସହ ଗ୍ରାମ ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କିପରି ଭାବରେ ତାଙ୍କ ମୃତ ଶରୀର ଗ୍ରାମକୁ ଆଣାଯିବ ସେ ନେଇ ପରିବାରର ଚିନ୍ତାରେ ଥିବା ବେଳେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ସମେତ ଅଂଚଳବାସୀ ଦାବି କରିଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 6 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories