ଫୁଲବାଣୀ ପୌର ଅଧିକାରୀ ଙ୍କ ଓଏଏସ ସ୍ତର କୁ ପଦୋନ୍ନତି,

Udaya_Labanya | November 10, 2022 | 6 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ପୌରପରିଷଦ ରକାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଙ୍କୁ ରାଜ୍ୟ ସରକାରଓ ଏ ଏସ ପାହ୍ୟା କୁ ପଦନ୍ନୋତି ଦେଇଛନ୍ତି
ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ଙ୍କ କାର୍ଯ୍ୟଦକ୍ଷତା, ସଚୋଟତା, ଅଭିଜ୍ଞତା କୁ ଭିତ୍ତି କରି ସରକାର ଏହି ପଦୋନ୍ନତି ଦେଇଥିବା ଜଣା ପଡ଼ିଛି l
l
ପଦୋନ୍ନତ୍ତି ପାଇଥିବାରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ବେହେରା ଖୁସି ବ୍ୟକ୍ତ କରିଛନ୍ତି ଆଉ ଆଗକୁ ଲୋକଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ମନୋବଳ ଓ ଅହେତୁକ ଆଗ୍ରହ ବଢିବ ବୋଲି କହିଛନ୍ତି l
ଏଥି ପୂର୍ବରୁ ସେ ନିଜର ଦକ୍ଷତା ବଳରେ ଓ ଆର ଏସ ପାଇ ଥିଲେl
ଫୁଲବାଣୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସେ ସହର ର ବିଦ୍ୟୁତ ଆଲୋକ, ଗମନାଗମନ, ପାନୀୟ ଜଳ ସୁବିଧା କରି ସହରବାସୀ ଙ୍କ ହୃଦୟ ଜିଣିପାରିଥିଲେ l
ସେହିପରି ଡ୍ରେନ ସମସ୍ୟା ରେ ସୁଧାର ଆଣିବା ଦିଗରେ ପ୍ରୟାସ କରି ଥିଲେl ସହର ରେ ପରିମଳ ବ୍ୟବସ୍ଥା ରେ ସୁଧାର ଆଣିବା ସହ ଅବସରବିନୋଦନ ପାଇଁ ଦୁଇଦୁଇଟି ପାର୍କ ନିର୍ମାଣ, ଜିମ ନିର୍ମାଣ କରି ସହରବାସୀ ଙ୍କୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ତାଙ୍କ ର ଉଦ୍ୟମ ପ୍ରଶଂସନୀୟ lଫୁଲବାଣୀ ପୌରା ଞ୍ଚଳ ରେ କୋରାନା ମୁକାବିଲା କରିବାରେ ତାଙ୍କ ଉଦ୍ୟମ ପ୍ରଶଂସୀୟ l
ଓ ଏ ଏସ ପାଇବା ଖବର ମିଳିବା ପରେ ବିଭାଗୀୟ କର୍ମଚାରୀ, ବୁଦ୍ଧିଜୀବୀ, ଲୋକ ପ୍ରତିନିଧି, ବନ୍ଧୁ, ମାନେ ଭେଟି ପୁଷ୍ପ ଗୁଛ ଦେଇ ଅଭିନନ୍ଦନ ଜଣାଇଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories