କୋଷାଗୁମୁଡା ବ୍ଲକ କୋଡିଙ୍ଗା ଠାରେ ମାଣ୍ଡିଆ ଦିବସ ପାଳନ ସହ ଖାଦ୍ୟ ମେଳା ଅନୁଷ୍ଠିତ

Udaya_Labanya | November 11, 2022 | 96 views |2 | Breaking News

ନବରଙ୍ଗପୁର ( ତପନ କୁମାର ସ୍ବାଇଁ )/ତା.୧୦/୧୧: ଆଜି ନଭେମ୍ବର ୧୦ ତାରିଖରେ ଆମ ରାଜ୍ୟ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ଵାନରେ ମାଣ୍ଡିଆ ଦିବସ ପାଳନ କରାଯାଇଛି। ସେହିଅନୁଯାୟୀ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ କୋଡିଙ୍ଗା ଠାରେ କସ୍ତୁରବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆର.ସି.ଡି.ସି ଏବଂ ଆତ୍ମା ନବରଙ୍ଗପୁର ମିଳିତ ସହଯୋଗରେ ମାଣ୍ଡିଆ ଉପରେ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଅଛି। ସ୍ଥାନୀୟ ଲୋକ ପ୍ରତିନିଧି ସହ କୋଷାଗୁମୁଡା ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ପଟ୍ଟନାୟକ, କୋଷାଗୁମୁଡା ବ୍ଲକ କୃଷି ଅଧିକାରୀ ଶ୍ରୀ ଦୁର୍ଯୋଧନ ଜାନି , ସହକାରୀ କୃଷି ଅଧିକାରୀ ଶ୍ରୀମତୀ ଲୋପମୁଦ୍ରା ସାହୁ , ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଯମୁନା ଭତ୍ରା, ଲ୍ୟାମ୍ପ ପରିଚାଳନା ନିର୍ଦ୍ଧେଶକ ଶ୍ରୀ ସୁଶାନ୍ତ ଖରା, ସହକାରୀ ମତ୍ସ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀ ଗିରିଜା ଶଙ୍କର ପଟ୍ଟନାୟକ, ଓଡ଼ିଶା ଜୀବିକା ମିଶନର ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ମିତାରାଣୀ ପାଢ଼ୀ ମାଣ୍ଡିଆ ଦିବସ ଓ ମାଣ୍ଡିଆ ଖାଦ୍ୟ ଉପରେ ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆର.ସି.ଡି.ସି ଅନୁଷ୍ଠାନର ବ୍ଲକ ସଂଜଯୋକ ଶ୍ରୀମତୀ ସ୍ନେହଞ୍ଜାଳୀ ସ୍ୱାଇଁ , ସିଆରପି ଶ୍ରୀ ଭଗବାନ ଭତରା, ଦେବେନ୍ଦ୍ର ଗଉଡ,ଅଭିମନ୍ୟୁ ଗଉଡ, ଫୁଲସିଂହ କାଲାର, ଚନ୍ଦ୍ର ସିଂହନାୟକ , କୋଷାଗୁମୁଡ଼ା କୃଷକ ଉତ୍ପାଦକ ସଂଘର ସିଇଓ ଶ୍ରୀ ବୁଲୁ ଲେଙ୍କା, କସ୍ତୁରବା ମହିଳା ସ୍ଵୟମ ସହାୟକ ଗୋଷ୍ଠୀ ସଭାପତି ଶ୍ରୀମତୀ ବଇଦି ଭତରା, ସମ୍ପାଦିକା ଶ୍ରୀମତୀ ଦଈମତି ହରିଜନ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ଥିବା ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଵଳନ କରାଯାଇ କାର୍ଯକ୍ରମର ଉଦ୍ଘାଟନ କରା ଯାଇଥିଲା । ଏହାପରେ ମୁଖ୍ୟ ଅତିଥି କୋଷାଗୁମୁଡା ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ପଟ୍ଟନାୟକ ଆଗ କାଳରେ କବାଟ ବନ୍ଦ କରି ଲୋକମାନେ ଗରିବ ଖାଦ୍ୟଭାବି ମାଣ୍ଡିଆ ପ୍ରସ୍ତୁତ ଜାଉ ଖାଦ୍ଯ ଖାଉଥିଲେ । ସେ ନିଜର ଅନୁଭୂତିକୁ ମନେ ପକାଇ ନବମ ଶ୍ରେଣୀର ଲେଖିଥିବା ଏକ କବିତା ପଠନ କରିଥିଲେ । ଏହା ପରେ ବ୍ଲକ କୃଷି ଅଧିକାରୀ ଶ୍ରୀ ଦୁର୍ଯୋଧନ ଜାନି ୨୦୨୩ ବର୍ଷକୁ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବେ ଭାରତ ସରକାର ଘୋଷଣା କରିଛନ୍ତି। ଚଳିତ ବର୍ଷ ମାଣ୍ଡିଆ ବିକ୍ରିକରି

ଚାଷୀମାନେ ଲାଭବାନ ହୁଅନ୍ତୁ ଓ ବିଭିନ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଦ୍ୟାଭାବେ ବ୍ୟବହାର କରିବାକୁ କହିଥିଲେ । ଶ୍ରୀ ଗିରିଜା ଶଙ୍କର ପଟନାୟକ ସହକାରୀ ମତ୍ସ୍ୟ ସପ୍ରସାରଣ ଅଧିକାରୀ ମାଣ୍ଡିଆ ଦିବସ ପାଳନର ଉଦ୍ଦେଶ୍ୟ ଓ ମାର୍ଗଶିର ଗୁରୁବାରର ମହନୀୟତା ଏବଂ ଶଙ୍ଖ ହୁଳହୁଳି ପୂଜାଦ୍ଵାରା ଆରୋଗ୍ୟକାମ କରିବା ସହ କାଙ୍ଗୁ, କୋଦ, ମାଣ୍ଡିଆରେ ଭିଟାମିନ ଲୌହସାର ଶରୀରକୁ ଯୋଗାଇବା ବିଷୟ ଓ ଓଡ଼ିଶା ମିଲେଟ ମିଶନ ମାଧ୍ୟମରେ ଚାଷ କରିବାସହ ଖାଇବା ଜରୁରୀ ବୋଲି କହିଥିଲେ
ଶ୍ରୀ ସୁଶାନ୍ତ ଖରା ଲ୍ୟାମ୍ପ ପରିଚାଳନା ନିର୍ଦ୍ଧେଶକ ସରକାରଙ୍କ ଦ୍ଵାରା ମାଣ୍ଡିଆ ଦାମ ବିଷୟରେ କହିଥିଲେ। ସହକାର କୃଷି ଅଧିକାରୀ ଶ୍ରୀମତୀ ଲୋପମୁଦ୍ର ସାହୁ ପିଲାମାନଙ୍କୁ ମାଣ୍ଡିଆର ପୁଷ୍ଟିଯୁକ୍ତ ଥିବା ଓ ଏହାକୁ ଖାଦ୍ଯ ଭାବେ ବ୍ୟବହାର କରିବା କଥା କହିଥିଲେ । ଶେଷରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପରଷା ଯାଇଥିଲା ଓ ବର୍ଷ ସାରା କସ୍ତୁରବା ଗ୍ରୁପ ମାଣ୍ଡିଆ ଖାଦ୍ଯ ପ୍ରସ୍ତୁତ କରିବା ବିକ୍ରି କରିବା ବିଷୟରେ ସମସ୍ତେ ନିଷ୍ପତ୍ତି ନେଇଥିଲେ । ଶେଷରେ ଆର.ସି.ଡି.ସି ଅନୁଷ୍ଠାନର ବ୍ଲକ ସଂଜଯୋକା ଶ୍ରୀମତୀ ସ୍ନେହଞ୍ଜାଳୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories