ଗଡଗଡିଆ ଘାଟରେ ଭସିବ ସାମାଜିକ ବାର୍ତ୍ତା ବାହାକ ”ବୋଇତ ” !

Udaya_Labanya | November 11, 2022 | 50 views |0 | Breaking News


କଟକ (ପ୍ରିୟବ୍ରତ ପଟ୍ଟନାୟକ )ଆମ ଇତିହାସ ଆମ ସମ୍ମାନ ।ଆମ ସଂସ୍କୃତି ଆମ ସମ୍ମାନ ।ଆମ ମନ୍ଦିର ଆମ ସମ୍ମାନ । ଏହି ବାର୍ତ୍ତା ନେଇ ତଥା ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଚାର ଓ ପ୍ରସାର କରିବା ଲକ୍ଷ ରଖି, ଆଡଭାନ୍ସ ଏ ଟୁ ଜେଡ୍ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ଏକ ବାର୍ତ୍ତା ବାହକ ବୋଇତ ନିର୍ମାଣ କରି କାର୍ତ୍ତିକ ପୂର୍ଣ୍ଣିମା ପୂର୍ଣ୍ଣିମାରେ ଗଡଗଡିଆ ଘାଟରେ ଭାସାଇବେ ବୋଲି ସୁଚନା ମିଳିଛି।

ଏହି ବୋଇତର ଲମ୍ବା -୧ ୫ଫୁଟ, ଚଉଡ଼ା -୪ ଫୁଟ୍ ଓ ଉଚ୍ଚତା ୧୨ ଫୁଟ। ଏହି ବୋଇତରେ କାଠ ବିଟ, ପ୍ଲାଏ, ସୋଲ, ବାଉଁଶ ଓ ରଙ୍ଗ ବ୍ୟବହାର ହୋଇଥିବା ବେଳେ, ବୋଇତଟିକୁ ୧୦ ଜଣ କାରିଗର ଓ କର୍ମୀ ମାନେ ମିଶି ନିର୍ମାଣ କରାଇଥିଲେ। ଏଥିପାଇଁ ତାଙ୍କୁ ୧୫ ଦିନ ସମୟ ଲାଗିଥିଲା ବୋଲି ସୁଚନା ଦେଇଛନ୍ତି କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ବିନୟ କୁମାର ଦାସ । ବୋଇତ ଉପରେ ପୁରୀ ଜଗନ୍ନାଥ ମନ୍ଦିରର ଦୃଶ୍ୟ ଦେଖିବାକୁ ମିଳିବ। ବୋଇତ ବନ୍ଦାଣର ମହାତ୍ମ୍ୟ ଓ ଏହାର ଇତିହାସର ପ୍ରଚାର ପ୍ରସାର କରିବା ସହିତ, ଐତିହ୍ୟ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବା ପାଇଁ ଚେଷ୍ଟା ସମସ୍ତେ କରିବା ଉଚିତ୍ ବୋଲି ମତ ପୋଷଣ କରିଛନ୍ତି ବିନୟ ବାବୁ ।

କଟକରୁ ପ୍ରିୟବ୍ରତ ପଟ୍ଟନାୟକଙ୍କ ରିପୋର୍ଟ୍

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories