ଜାତୀୟ ଶିକ୍ଷା ଦିବସ ପାଳିତ

Udaya_Labanya | November 11, 2022 | 42 views |0 | Breaking News

ଢେଙ୍କାନାଳ(ଉଲ୍ଲାପ୍ର )ଢେଙ୍କାନାଳ ୨ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅଦ୍ଯ ତା୧୧.୧୧.୨୦୨୨ ରିଖ ଶୁକ୍ରବାର ରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ପୌରୋହିତ୍ୟ କରି ଶିକ୍ଷା ଦିବସ ରମହତ୍ତ୍ବଉପରେ ନିଜର ଚିନ୍ତାଧାରା ବ୍ୟକ୍ତ କରି ଶିକ୍ଷା ଆମଜୀବନ ଉପରେ ସୁପ୍ରଭାବ ପକାଇ ଥାଏଓଏହା ଦ୍ବାରା ମନ ଓ ପ୍ରାଣ ବିକଶିତ ହୋଇଥାଏ ଏବଂ ଚରିତ୍ର ଗଠନ ର ଏହା ପ୍ରଧାନ ମାଧ୍ୟମ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ। ଶିକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୈ।ଲାନା ଆବୁଲ କାଲାମ ଆଜାଦ୍ ଙ୍କଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ। ଶିକ୍ଷକ ଶ୍ରୀ ସୁଶୀଳ କୁମାର ସାହୁ ଶିକ୍ଷା ଆମକୁ ଅନ୍ଧାର ରୁ ଆଲୋକ ଦେଖାଇବା ସହ ନୂତନ ପଥ ଦେଖାଇ ଥାଏ ବୋଲି କହିଥିଲେ। ଶିକ୍ଷକ ର ଭୂମିକା କିପରି ହେବା ଦରକାର ସେ ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ବହସ୍ତ ଲିଖିତ କବିତା ପାଠ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories