ତୁମୁଡିବନ୍ଧ ସିର୍ଲା ପଞ୍ଚାୟତ ରେ ଶତାଧିକ ଲୋକ ବିଜେଡିରେ ମିଶିଲେ

Udaya_Labanya | November 11, 2022 | 48 views |0 | Breaking News


ଫୁଲବାଣୀ
ନବୀନ ସରକାର ଙ୍କ ସ୍ୱଚ୍ଛ ଶାସନ , ବିଭିନ୍ନ ଉନ୍ନୟନ ଯୋଜନା ଗୁଡିକୁ ଘରେ ଘରେ ପହଞ୍ଚାଇବା ପାଇଁ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ବିଜୁ ଜନତା ଦଳ ପ୍ରୟାଶ ଜାରି ରଖିଛି । ଗାଁ ଠୁ ସହର ସବୁଠି ନବୀନ ସରକାରଙ୍କ ସଫଳ ଯୋଜନାହିଁ ଲୋକଙ୍କୁ ବିଜୁ ଜନତା ଦଳ ଉପରେ ଅଧିକ ଭରସା ଏବଂ ବିଶ୍ୱାସ ସୃଷ୍ଟି କରିଛି । ଫଳରେ ପ୍ରଭାବିତ ହୋଇ କନ୍ଧମାଳ ଜିଲ୍ଲା ତୂମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ ର ଶତାଧିକ କଂଗ୍ରେସ ଏବଂ ବିଜେପି କର୍ମୀ ନିଜ ନିଜ ଦଳ ଛାଡି ଆଜି ବିଜେଡି ରେ ଯୋଗଦେଇଛନ୍ତି l
ଜନ ସମ୍ପର୍କ ଯାତ୍ରାରେ ମୁଖ୍ୟ ଅତିଥି ରୂପେ କନ୍ଧମାଳ ଜିଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଯୋଗ ଦେଇ ନୂତନ ଭାବେ ଯୋଗ ଦେଇଥିବା ବିଜେପି ଏବଂ କଗ୍ରେସକର୍ମୀ ଙ୍କୁ ଉତ୍ତରିୟ ଦେଇ ସ୍ୱାଗତ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ବାଲିଗୁଡାର ପୂର୍ବତନ ବିଧାୟକ ରାଜୀବ ପାତ୍ର ଯୋଗ ଦେଇ ଅଧିକ ରୁ ଅଧିକ କର୍ମୀ ଯୋଗଦେଲେ ଦଳ ମଜଭୁତ ହେବ ବୋଲି କହିଥିଲେ l
ସେହିପରି ଉପସ୍ଥିତ ଲୋକଙ୍କୁ ବିଜୁ ଜନତା ଦଳ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହା ସହ ବିଧାୟକ ରାଜୀବ ପାତ୍ର ସିର୍ଲା ପଞ୍ଚାୟତ ରେ ନିଜେ ବିଧ୍ୟାୟକ ଥିବା ସମୟରେ ଅନେକ ଗ୍ରାମକୁ ରାସ୍ତା ସଂଯୋଗ ନିମନ୍ତେ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ଯାହାର ଫଳସ୍ୱରୂପ ଆଜି ପୂର୍ବତନ ବିଧାୟକ ରାଜୀବ ପାତ୍ର ଏବଂ ବର୍ତ୍ତମାନ ର ବାଲିଗୁଡା ବିଧାୟକ ଚକ୍ରମଣି କଂହର ଙ୍କ ସଫଳ ଉଦ୍ୟମରେ ପ୍ରତ୍ୟେକ ଗ୍ରାମକୁ ସଂଯୋଗୀ କରଣ କାର୍ଯ୍ୟ ଯୋର ସୋର ରେ ଚାଲିଛି । ଏହି ଅବସରରେ ବାଲିଗୁଡା ବିଧ୍ୟାୟକ ଚକ୍ରମଣି କଂହର , ତୂମୁଡିବନ୍ଧ ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ ସାହୁ , ପଞ୍ଚାୟତ ସମିତି ଅଧକ୍ଷା ବାସନ୍ତି ମାଝୀ, ଜିଲା ପରିଷଦ ସଭ୍ୟ ନବୀନ ପାତ୍ର , ଅଶୋକ ପାତ୍ର , ବଙ୍ଗାଳି ବଡ଼ସେଠ ,ଜିସାୟ ମଣ୍ଡଳ, ସିର୍ଲା ସରପଞ୍ଚ ନୃସୁଙ୍ଗା ପାଟମାଝୀ , ପ୍ରମୁଖ ଉପସ୍ଥିତ ଥିଲେ ।

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories