ଦାରିଂବାଡ଼ି ଅଂଚଳ ମଙ୍ଗଳ ବିଭାଗ ହଷ୍ଟେଲ ରେ ରାଗିଙ୍ଗ ଅଭିଯୋଗ

Udaya_Labanya | November 11, 2022 | 62 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ରେ ବ୍ଲକ୍ ଗ୍ରିନ୍ ବାଡି ରେ ଥିବା ମଙ୍ଗଳ ବିଭାଗର ଏକ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ୪ ଜଣ ସପ୍ତମ ଶ୍ରେଣୀ ଛାତ୍ର ମାନଙ୍କୁ ଦଶମ ଶ୍ରେଣୀର ୪ ଛାତ୍ର ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରାବାସରୁ ଦଶମ ଶ୍ରେଣୀର ୪ ଛାତ୍ରଙ୍କୁ ଏକ ସ୍ବତନ୍ତ୍ର ଟିମ୍ ମାଧ୍ୟମରେ ସେମାନଙ୍କୁ ନିଜ ଗ୍ରାମକୁକୁଆଡେ ପଠାଇ ଦେଇ ଛନ୍ତି। ଅନ୍ୟ ପକ୍ଷରେ ମାଡ଼ ଖାଇଥିବା ସପ୍ତମ ଶ୍ରେଣୀ ଛାତ୍ର ମାନଙ୍କର ମାନସିକ ଅବସ୍ଥା ଭଲ ନଥିବାରୁ ସେମାନଙ୍କୁ ବୁଝାସୁଝା କରାଯାଉଛି। ଭାଇରାଲ୍ ହେଉଥିବା ଦୁଇଟି ଭିଡ଼ିଓ ଗତ ମଙ୍ଗଳ ବାର କାର୍ତ୍ତିକ ପୂର୍ଣ୍ଣିମା ଛୁଟି ଦିନର ବୋଲି ଜଣାପଡିଛି l ଏହି ଭିଡ଼ିଓରେ ସପ୍ତମ ଶ୍ରେଣୀ ର ୪ ଜଣ ଛାତ୍ରଙ୍କୁ ଦଶମ ଶ୍ରେଣର ୨ ଜଣ ଛାତ୍ର ଅମାନୁ ସିକ ଭାବେ ମାଡ଼ ମାରୁଥିବା ବେଳେ ଆଉ ୨ ଜଣ ଛାତ୍ର ଏହାର ମଜା ଉଠାଇବା ସହ ସହପାଠୀଙ୍କ ସହଯୋ ଗ କରୁଥିବା ଦେଖିବାକୁ ମିଳିଛl ତେବେଦଶମ ଛାତ୍ର ମାନେ କିଛି ବେଆଇନ କାର୍ଯ୍ୟ କରୁଥିବା ବେଳେ ଏ ମାନେ କୁଆଡେ ଦେଖିଦେଇଥିଲେ ଏଣୁ କାଳେ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ କହିଦେବେ ଏଣୁ ଏ ସମ୍ପର୍କରେ କାହାରିକୁ ନକହିବା ପାଇଁ ଧମକ ଚମକ ଗାଳିଗୁଲଜ କରିବାସହ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ଏବଂ ଦଶମ ଶ୍ରେଣୀର ଛାତ୍ର ମାନେ ସପ୍ତମ ଶ୍ରେଣୀ ଛାତ୍ର ମାନଙ୍କୁ ମାଡ଼ ମାରୁଥିବା ଭିଡ଼ିଓ ନିଜେ ସୁଟିଂ କରି ଭାଇରଲ କରିଥିବା ଶୁଣିବାକୁ ମିଳୁଛି l
ତେବେ ପିଲାଙ୍କ ଦାୟିତ୍ୱରେ ଶିକ୍ଷକ ଶିକ୍ଷୟତ୍ରୀ, ସୁପରିଟେ ଡ଼େଣ୍ଟ ଥିଲେ ମଧ୍ୟ ଏଭଳିଅମାନୁଷିକ ଘଟଣା କିଭଳି ଘଟିଲା ଆଉ ପାଖରେ ମୋବାଇଲ ରଖି ପିଲାମାନେଭିଡିଓ ସୁଟିଂ କଲେ କିପରି ବୋଲି ଅବିଭାବକ ମାନେ ପ୍ରଶ୍ନ କରିଛନ୍ତି l
ଦାୟିତ୍ୱରେ ଥିବା ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଙ୍କ ଦାଇତ୍ୱ ହୀନତା, ବେପରୁଆ ମନୋବୃତି ଯୋଗୁଁ ବିଭିନ୍ନ ସମୟରେ ଏଭଳି ସମ୍ବେଦନ ଶିଳ ଘଟଣା ମାନ ଘଟୁଛି ବୋଲି ଅବିଭାବକ ମାନେ ଆହୁରି ଅଭିଯୋଗ କରିଛନ୍ତି l
ଦାରିଂବାଡ଼ି ବ୍ଲକ ମଙ୍ଗଳ ଅଧିକାରୀ ବୁରୁ ମାଝୀ ପା ଡ୍ରା ସ୍କୁଲ କୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି l
ସେହିପରି ଅଭିଯୋଗ ପାଇବା ପରେ ଜିଲ୍ଲାମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା ନିଜେ ତଦନ୍ତ କରୁଥିବା କହିଛନ୍ତି ତଦନ୍ତ ପରେ ଆବଶ୍ୟକ ପଡିଲେ ଥାନାରେ ଏତେଲା ଦିଆଯିବବୋଲି କହିଛନ୍ତି l
ଦାଇତ୍ୱ ରେ ଅବହେଳା ପ୍ରଦର୍ଶନ କରିଥିବା କର୍ମଚାରୀ ଓ ଶିକ୍ଷକ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନୄଗ୍ରହଣ କରାଯିବ ବୋଲି ବେହେରା ଆହୁରି କହିଛନ୍ତି l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories