ପାଣି ସମସ୍ୟା ଦୂର କଲା ମନରେଗା ଯୋଜନା ରେ ଅମୃତ ସରୋବର

Udaya_Labanya | November 11, 2022 | 47 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଦିନ ଥିଲା ପାଣି ଗରା ଏ ପାଇଁ ମାଇଲ ମାଇଲ ବାଟ ଯିବାକୁ ପଡୁଥିଲା ବଂଧଗଡ଼ ପଂଚାୟତ ର ତୀରା ମାହା ଲୋକଙ୍କୁ lସୁବିଧା ଅସୁବିଧାରେ ଗାଧେଇବା କିମ୍ବା ଲୁଗାସଫା,ପାଇଁ ପୋଖରୀ ଟିଏ ନଥିଲା lଲୋକେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଥିଲେ l
ଖରା ଦିନେ କୂଅ ଶୁଖିଗଲେ କି ନଳ କୂଅ ଅଚଳ ହୋଇଗଲେ କଥା ସରିଗଲା lପୋଖୋରୀଟେ ଗାଁ ରେ ଖୋଲିଦେବା ପାଇଁ ଦୀର୍ଘ ବର୍ଷ ହେଲା ଫିରିଙ୍ଗିଆ ବିଡ଼ିଓ ଙ୍କ ପାଖରେ ତିରା ମାହା ଲୋକେ ଦାବୀ କରିଆସୁଥିଲେ ମଧ୍ୟ ହୋଇପାରୁନଥିଲା l
ହେଲେ ଏବେ କିନ୍ତୁ ଗାଁ ଲୋକେ ଭାରି ଖୁସି lଗାଁ ରେ ଏବେ ପୋଖରୀ ଖୋଳା ହେଲା lସେ ପୁଣି ଯାହିତାହି ପୋଖରୀ ନୁହେଁ ସୁନ୍ଦର ପୋଖରୀ ଦେଖିଲେ ଯେ କେହିବି ଛିଡା ହୋଇଯିବ ମୁହୂର୍ତ୍ତେ ପାଇଁ l ଏ ସବୁ ସଂଭଵ ହୋଇଛି ବିଡ଼ିଓ ରଶ୍ମିରଂଜନ ମହନ୍ତ ଙ୍କ ପାଇଁ l
ଗ୍ରାମବାସି ମଧ୍ୟବିଡ଼ିଓ ମହନ୍ତ ଙ୍କୁ ଭୁରି ଭୁରି ପ୍ରଶଂସା ମଧ୍ୟ କରିଛନ୍ତି l
ଯେତେବେଳେ ଗ୍ରାମବାସି ପୋଖରୀଟେ ନିର୍ମାଣ କରିଦେବା ପାଇଁ ବିଡ଼ିଓ ଙ୍କ ନିକଟରେ ପହଁଚିଲେ ସେ ଅତିଶୀଘ୍ର ପୋଖରୀ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଆଉ ପ୍ରତିଶ୍ରୁତି ରକ୍ଷା କରି ମନରେଗା ଯୋଜନା ରେ ପ୍ରାୟ ୯ ଲକ୍ଷ ୫0ହଜାର ଟଙ୍କାଖର୍ଚ୍ଚ କରି ସୁନ୍ଦର, ଆକର୍ଷଣୀୟ ପୋଖରୀ ନିର୍ମାଣ କରିଦେଇଥିଲେ l
ପୋଖରୀ ଚାରି ପାଖେ ସୁନ୍ଦର ଲୁହା ବାଡ଼ ମଧ୍ୟ ରହିଛି lତଳକୁ ଯିବା ପାଇଁ କେତକ ସ୍ଥାନ ରେ ପାହାଚ ରହିଛି l
ଚତୁର୍ପାର୍ଶ୍ୱ ରେ ରଙ୍ଗ ବେରଂଗ ଫୁଲ ଓ ଅନ୍ୟାନ୍ୟ ବୃକ୍ଷ ରୋପଣ କରାଯାଇଛି ଯାହାକି ସମସ୍ତ ଙ୍କୁ ଆକୃଷ୍ଟ କରୁଛି l ନିକଟରେ ଜିଲାପାଳ, ଡ଼ାଇରେକ୍ଟର ସ୍ପେଶାଲ ପ୍ରୋଜେକ୍ଟ ଆଇ ଏ ଏସ ଅରିନ୍ଦମ ଡାକୁଆ ଜିଲ୍ଲା ଗସ୍ତ ରେ ଆସି ଏହି ପୋଖରୀ ବୁଲିଦେଖି ସନ୍ତୋଷ ବ୍ୟକ୍ତ କରିବାସହ ଗ୍ରାମ ର ଯୁବକ ସଙ୍ଘ ଓ ନାରୀସଂଘ ଏହାକୁ ସଫା ସୁତୁରା ରଖିବାକୁ ପରାମର୍ଶ ଦେଇଥିଲେ l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories