ବନବାସୀସେବାସମିତିର ସୁବର୍ଣ୍ଣ ଜୟନ୍ତୀ
Udaya_Labanya | November 11, 2022 | 47 views |0 | Breaking News
ଫୁଲବାଣୀ
କନ୍ଧମାଳ ଜିଲ୍ଲା ବାଲିଗୁଡା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବନବାସୀ ସେବାସମିତି ର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱ ନାଥ ପଟନାୟକ ଥିଲେ କୋରାପୁଟିଆ ଗାନ୍ଧୀ l ଗାନ୍ଧୀ ଙ୍କନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସ୍ବର୍ଗତ ପଟନାୟକ କାର୍ଯ୍ୟ କରି ପ୍ରସଂଶିତ ହୋଇଥିଲେ l ତାଙ୍କ ପରି ବହୁତ କମ ଲୋକ ଜନ୍ମ ନେଇଥାନ୍ତି
ଯେଉଁମାନେ କି ସବୁ କିଛି ଭୂଲି ନିଜ ସ୍ୱାର୍ଥ କୁ ଜଳାଞ୍ଜଳି ଦେଇ ସମାଜ ର ହିତ ପାଇଁ କାର୍ଯ୍ୟ କାର୍ଯ୍ୟ କରନ୍ତି ବୋଲି ସମିତି ର ସୁବର୍ଣ୍ଣ ଜୟନ୍ତୀ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମନାଭ ବେହେରା କହିଛନ୍ତି l
ଅନ୍ୟ ମାନଙ୍କ ମଧ୍ୟରେ ଜିଲାପରିଷଦ ଅଧକ୍ଷା ନନ୍ଦିନୀ ମଲିକ,ବନବାସୀ ସେବା ସମିତି ସମ୍ପାଦକ ଉତ୍ସଵ ଜେନା, ବିଧାୟକ ଚକ୍ରମଣି କହଁର, ଏନ ଏ ସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ବାଲିଗୁଡା ବ୍ଲକ ଅଧ୍ୟକ୍ଷା ମିଶାବତି ମଲିକ, ତପନ ଡିଗାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ
ସ୍ବର୍ଗତ ବିଶ୍ୱନାଥ ପଟନାୟକ ଙ୍କ ସ୍ମୃତି ଚାରଣ କରି ବା ସହ ତାଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ଲାଗି ପରାମର୍ଶ ଦେଇ ଥିଲେ l
ସହସଂପାଦକ ରବୀନ୍ଦ୍ର ନାଥ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l