କନ୍ଧମାଳ ଶାଖା ଅମଲା ସଂଘ ବୈଠକ

Udaya_Labanya | November 12, 2022 | 96 views |1 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଜିଲ୍ଲା ଅମଲା ସଂଘ କନ୍ଧମାଳ ଶାଖା ପକ୍ଷରୁ ବାଲିଗୁଡା ଠାରେ ଦେବେନ୍ଦ୍ର ନାଥ ପାତ୍ରଙ୍କର ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ ବରିଷ୍ଠ ,କନିଷ୍ଠ ସହାୟକ ଓ ବିଭିନ୍ନ ଉପବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ଥିଲେ । ସୋଂଶୋଧିତ ନିୟମ ଅନୁଯାୟୀ ରାଜ୍ୟ ସରକାର କନିଷ୍ଠ ସହାୟକ ପଦବୀ ପାଇ ଶିକ୍ଷାଗତ ଯୋଗ୍ୟତା କମ୍ପ୍ୟୁଟର ଦକ୍ଷତା ସହିତ ସ୍ନାତ୍ତକ ରଖିଥିବା ବେଳେ ଏ ଯାଏଁ ଦରମା ସୋଂଶୋଧନ କରିନାହାନ୍ତି । ସେମାନଙ୍କୁ ଷଷ୍ଠ ବେତନ ଆୟୁକ୍ତଙ୍କ ଦ୍ଵାରା ଧାର୍ଯ୍ୟ ଗ୍ରେଡ ପେ ୧୯୦୦ ଟଙ୍କା ପ୍ରଦାନ କରାଯାଉଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ଅମଲାମାନେ କାର୍ଯ୍ୟାଳୟରେ ଅହରହ ନିଷ୍ଠାର ସହ କାର୍ଯ୍ୟ କରୁଥିବା ବେଳେ ଛୁଟି ଦିନମାନଙ୍କ ରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏପରିକି କେତେକ କାର୍ଯ୍ୟାଳୟରେ ସହାୟକଙ୍କୁ ଏକାଧିକ କାର୍ଯ୍ୟଭାର ପ୍ରଦାନ କରାଯାଇଛି। ତେଣୁ ସରକାର ସ୍ନାତ୍ତକ ସହିତ କମ୍ପୁଟର ଦକ୍ଷତା ପାଇଁ ୧୯୦୦ ଟଙ୍କା ବଦଳରେ ୪୨୦୦ ଟଙ୍କା ଗ୍ରେଡ ପେ ପ୍ରଦାନ କରିବାକୁ ସଂଘର କର୍ମକର୍ତ୍ତାମାନେ ମତ ଉପସ୍ଥାନ କରିଥିଲେ । ଗ୍ରେଡ ପେ ବୃଦ୍ଧି ଦାବିରେ ରାଜ୍ୟ ଅମଲା ସଂଘ ପକ୍ଷରୁ ଭୁବନେଶ୍ଵର ଠାରେ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସମାବେଶରେ କନ୍ଧମାଳ ଶାଖାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଓ ବରିଷ୍ଠ ସହାୟକ ମାନେ ଯୋଗଦେଇ ସମାବେଶକୁ ସଫଳ କରିବା ପାଇଁ କନ୍ଧମାଳ ଶାଖା ଅମଲା ସଂଘର ସଭାପତି ଦେବେନ୍ଦ୍ର ନାଥ ପାତ୍ର ଓ କନ୍ଧମାଳ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ସଭାପତି ଅଶୋକ କୁମାର ଗୌଡ କର୍ମକର୍ତ୍ତାମାନଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶାଖା ତରଫରୁ ଶ ବିଶ୍ଵନାଥ ବାରିକ, କାର୍ଯ୍ୟକାରୀ ସଭାପତି,ଯୁଗଳ କିଶୋର ନାୟକ ,ରାଜ୍ୟ ସଂଘ ସଦସ୍ୟ , ଅମ୍ବିକା ପ୍ରସାଦ ପାତ୍ର ,ପୁରନ୍ଦର ପୁଟା,ଅରୂପା ନନ୍ଦ ପ୍ରଧାନ,ଚିତ୍ତରଞ୍ଜନ ସିଂହ,ସୁଶାନ୍ତ ବାଘ ,ପ୍ରଶାନ୍ତ କୁମାର ମହାପାତ୍ର ,ମାନସ ରଞ୍ଜନ ପ୍ରଧାନ, ସୂରଜ କୁମାର ନାୟକ, କୈଲାଶ ଚନ୍ଦ୍ର ମିଶ୍ର ,ସଞ୍ଜୟ କୁମାର ସାହୁ ,ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହିତ ଆଉ ଏକ ପ୍ରସ୍ତୁତି ବୈଠକ ଆସନ୍ତା ତା ୨୧/୧୧/୨୦୨୨ ରିଖ ଦିନ ଫୁଲବାଣୀଠାରେ କରାଯିବା ନିମନ୍ତେ ପ୍ରସ୍ତାବ ଗୃହିତ ହେଲା । ସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଉତ୍ସାହର ସହିତ ଆଗାମୀ ନଭେମ୍ବର ୨୭ ତାରିଖ ଦିନ ଭୁବନେଶରଠାରେ ହେବାକୁ ଥିବା ମିଶନ ଗ୍ରେଡ ପେ ୪୨୦୦ ଆନ୍ଦୋଳନରେ ଯୋଗ ଦେବା ପାଇଁ ସହମତି ପ୍ରଦାନ କରିଥିଲେ। ଶେଷରେ ସୁବାଶ ଚନ୍ଦ୍ର ଦିଗାଲଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରିଥିଲେ l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories