ଡିସେମ୍ବର ୧୭ ରୁ ୧ ୯ ବାଲିଗୁଡା ରେ ପ୍ରଥମ ରାଜ୍ୟସ୍ତରୀୟ ଲୋକମହୋତ୍ସବ

Udaya_Labanya | November 12, 2022 | 14 views |1 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ସହର ରେ ଅନୁଷ୍ଠିତ ହେବ ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବ ଗତ 2021 ଡିସେମ୍ବର,17,ରୁ 19ରିଖ ୩ ଦିନବ୍ୟାପୀ ହେବାକୁ ଥିବା ବିଶିଷ୍ଟ ଲୋକନୃତ୍ୟ ଗୁରୁ ଟଲ ଦଳବେହେରା ସ୍ମାରକୀ ବୀଣାକାର ଦଣ୍ଡନାଟ ଏବଂ ଗୀତିନାଟ୍ୟ ପ୍ରତିଯୋଗିତା ମହାମାରୀ କୋରନା କଟକଣା ସକାଶେ ବାତିଲ କରାଯାଇଥିଲା l ଚଳିତ ବର୍ଷ ଉକ୍ତ କାର୍ଯ୍ୟକ୍ରମ ଡିସେମ୍ବର ତା – 17/18/19 ରିଖ ତିନିଦିନ ବ୍ୟାପି ଆୟୋଜନ କରିବା ପାଇଁ ବ୍ଲକ କଳା ସଂସ୍କୃତି ସଂଘ ବାଲିଗୁଡା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି, ଏନେଇ ନୂଆସାହି ସ୍ଥିତ ପରିଚୟ ଗୃହ ରେ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଅବସର ପ୍ରାପ୍ତ ଶିକ୍ଷକ ବିଜୟ ଚନ୍ଦ୍ର ଖଣ୍ଡଗିରି ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକ ରେ ବିଶିଷ୍ଟ ଲୋକ ନୃତ୍ୟ ଗୁରୁ ଟଲ ଦଳ ବେହେରା ଙ୍କ ଦାୟାଦ ମୁକ୍ତେଶ୍ଵର ଦଳବେହେରା ଦଣ୍ଡ ନାଟ ଗୁରୁ ପ୍ରମୋଦ ଚନ୍ଦ୍ର ଡାକୁଆ ପ୍ରକାଶ କୁମାର ସାହୁ ପୁରସ୍ତମ ନାୟକ ଏବଂ ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ପାତ୍ର ନାରାୟଣ ଦଣ୍ଡସେନା ଅଂଶ ଗ୍ରହଣ କରିଥିଲେ lଏଥି ନିମନ୍ତେ ଆସନ୍ତା 15 ତାରିଖ ରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ lଡିସେମ୍ବର 5 ତାରିଖ ସୁଦ୍ଧା ଇଛୁକ କଳାକାର ଦଳ ରେଜିଷ୍ଟ୍ରେସନ କରିବା ପାଇଁ ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ଅନୁରୋଧ କରିଛନ୍ତି l ବିଜେତା ଲୋକନୃତ୍ୟ ଦଳ, ଗୀତିନାଟ୍ୟଦଳ ଙ୍କୁ ସ୍ୱାଗତ ସ୍ୱମ୍ବର୍ଦ୍ଧନା ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯିବ l ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାରୁ ବହୁ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ ବୋଲି ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ସୂଚନା ଦେଇଛନ୍ତି l ଫୋନ ନମ୍ବର 7978551154 ଯୋଗେ ଯୋଗାଯୋଗ କରିବା ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି l ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାରୁ ଦୁଇଶହ ରୁ ଉର୍ଦ୍ଧ ବୀଣାକାର, ଦଣ୍ଡନାଟ କଳାକାର, ସଂକୀର୍ତ୍ତନ ଦଳ ଆଦିବାସୀ ନୃତ୍ୟ, ଘୁଡୁକି ପାଲା, ଦାସ କାଠିଆ, ଘୁମୁରା, ପାଇକ ଆଖଡ଼ା ଭଳି ଲୋକନୃତ୍ୟ ଦଳ ଅଂଶ ଗ୍ରହଣ କରିବେ ବୋଲି ଉପ ସଭାପତି ପ୍ରମୋଦ ଦଣ୍ଡସେନା ସୂଚନା ଦେଇଛନ୍ତି l ମହୋତ୍ସବ କୁ ସୁଚାରୁ ରୂପେ ପାଳନ ପାଇଁ ଏକ ଉତ୍ସବ ପାଳନ କମିଟି ଗଠନ କରାଯାଇଛି l ସର୍ବ ସମ୍ମତି କ୍ରମେ ସଭାପତି ଭାବେ ବାଲିଗୁଡା ର ସୁନାମଧ୍ୟନ୍ୟ କଣ୍ଠ ଶିଳ୍ପୀ ବିଶ୍ୱଜିତ ସାହୁ ଉପ ସଭାପତି ଭାବେ ସଂକୀର୍ତ୍ତନ ଗୁରୁ ନାରାୟଣ ଦଣ୍ଡସେନା ସମ୍ପାଦକ ଭାବେ ବରିଷ୍ଠ କଳାକାର ତଥା ଭାଷ୍ୟକାର ଶିବରାମ ପ୍ରଧାନୀ ସହ ସମ୍ପାଦକ ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ଗୋପାଳ କୃଷ୍ଣ ନାୟକ (ନୀଳ ଭାଇ ) ଏବଂ କୋଷାଧକ୍ଷ ଭାବେ ବରିଷ୍ଠ କଳାକାର ଯୁଧିଷ୍ଠିର ପାତ୍ର ଙ୍କୁ ଚୟନ କରାଯାଇଛି l ଉପଦେଷ୍ଠା ଭାବେ ବିଶିଷ୍ଟ ମଞ୍ଚ ନିର୍ଦେଶକ ସନ୍ତୋଷ କୁମାର ମିଶ୍ର ଦଣ୍ଡନୃତ୍ୟ ଗୁରୁ ପ୍ରମୋଦ ଡାକୁଆ ଏବଂ ଶିକ୍ଷାବିତ ବିଜୟ ଚନ୍ଦ୍ର ଖଣ୍ଡଗିରି ଙ୍କୁ ଚୟନ କରାଯାଇଛି l କାର୍ଯକାରୀ ସଦସ୍ୟ ଭାବେ ରଂଜିତ ଦିଗାଲ ଇନ୍ଦ୍ରମଣି ପାତ୍ର ଜଗନ୍ନାଥ ବିଶୋଇ ଶ୍ରୀକାନ୍ତ ମଳିକ ବିଜୟ ଆମୟତ ପ୍ରକାଶ କୁମାର ସାହୁ ଦେବରାଜ ପାତ୍ର ରଂଜିତ କୁମାର ପୂଜାରୀ ଜଗନ୍ନାଥ ବେହେରା ବିଭୀଷଣ ପାତ୍ର ବିନୋଦ ପାତ୍ର ଙ୍କୁ ଚୟନ କରାଯାଇଛି l ମହୋତ୍ସବ ପାଳନ ନେଇ କାର୍ଯ୍ୟ ଖସଡ଼ା ଏବଂ ବଜେଟ ପ୍ରସ୍ତୁତ ହୋଇଛି l କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ଷେତ୍ରରେ ପାରଦ ର୍ଶୀତା ଅର୍ଜନ କରିଥିବା ପ୍ରତିଭା ଙ୍କୁ ସ୍ୱମ୍ବର୍ଦ୍ଧନା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି l କରୋନା କଟକଣା ପରେ ପ୍ରଥମ ଥର ପାଇଁ ବାଲିଗୁଡା ରେ ରାଜ୍ୟସ୍ତରୀୟ ମହୋତ୍ସବ ଆୟୋଜିତ ହେଉଥିବାରୁ ବାଲିଗୁଡାବାସୀ ବେଶ ଉତ୍ସାହିତ ହୋଇପଡିଥିବା ଦେଖାଯାଇଛି l

Share this
  •  
  •  
  •  
  •  
  •  
  •  
  •  

Related Posts

ଫୁଲବାଣୀ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Udaya_Labanya | December 3, 2022 | 4 views |0

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ର ଏଜ ଓ ହାଇ ସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀ…

ଫୁଲବାଣୀ ରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ

Udaya_Labanya | December 3, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ର ଏଜେଓ ହାଇ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କୁମାର କହଁର ଉଦଘାଟନ କରିଥିବା ବେଳେ ମୁଖ୍ୟ…

Leave a Reply

Your email address will not be published. Required fields are marked *

Archives

Categories