ଫୁଲବାଣୀ ପ୍ରେସ କ୍ଲବ ଠାରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ

Udaya_Labanya | November 16, 2022 | 20 views |1 | Breaking News

ଫୁଲବାଣୀ (ସୁନୀଲ ପଟନାୟକ )
ଜିଲ୍ଲାପ୍ରେସ କ୍ଲବ ପକ୍ଷରୁ ପ୍ରେସ କ୍ଲବ ଠାରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା l
ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ଅବସର ପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ
କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ତଥା ପ୍ରେସ କ୍ଲବ ପ୍ରତିଷ୍ଠାତା ଓ ବରିଷ୍ଠ ସାମ୍ବାଦିକ ଡଃ ଅରୁପ ଜେନା ମୁଖ୍ୟ ବକ୍ତା ଭାବରେ, ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଆଇନ ଯିବି ଶିବ ପ୍ରସାଦତ୍ରିପାଠୀ, ସନ୍ତୋଷ ଡିଗାଲ, କାର୍ଯ୍ୟ କାରି ସଭାପତି ଅଶୋକ ପରିଡା ସମ୍ମାନିତ ଅତିଥି ଭାବେ ଯୋଗଦେଇମୂଲ୍ୟ ବୋଧ ସତ୍ୟ, ନିରପେକ୍ଷ ସାମ୍ବାଦିକତା,ବୃତ୍ତିଗତ ସୁରକ୍ଷାଉପରେ ମତ ବ୍ୟକ୍ତ କରିଥିଲେ l ସେହିପରି ଉପସଭାପତି ସୁନୀଲ ବିଶ୍ୱାଳ, ସଦାଶିବ ପାତ୍ର ଯୋଗ ଦେଇବିଭିନ୍ନ ସମୟ ରେ ସାମ୍ବାଦିକ ଙ୍କ ପାଇଁ ବସିଥିବା ମଜୁରୀ ବୋର୍ଡ଼ ସୁପାରିଶ ପ୍ରକାରେ ଦରମା ପ୍ରଦାନ,
କରିବା ଲାଗି ଦାବୀ କରିଥିଲେ l
ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ ବେହେରା,ଧନ୍ୟବାଦ ଅର୍ପଣ କରିଥିଲେ l
ଏହିଅବସର ରେ ପ୍ରେସ କ୍ଲବ ପକ୍ଷରୁ ଉପସ୍ଥିତ ସମସ୍ତ ସଦସ୍ୟ, ଓ ୱେବ ସାମ୍ବାଦିକ ଙ୍କୁ ଉପଢୌକନ ,ପେନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l
ସେହିପରି ପ୍ରେସ କ୍ଲବ ର ଉପରମହଲା ରେ ସମ୍ମିଳନୀ କକ୍ଷ ନିର୍ମାଣ ପାଇଁ ଫୁଲବାଣୀ ବିଧାୟକଅଙ୍ଗଦ କହଁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ପଣ୍ଡା, ପ୍ରଶାନ୍ତ ଜେନା, ଆଦିତ୍ୟ ତ୍ରିପାଠୀ, ରମେଶ ପ୍ରଧାନ, ସୁଧୀର ମହାରଣା,, ଶିବାନୀ ସୁଆର,ନିବେଦିତା ଖାଡ଼ଙ୍ଗା ,ଅଚ୍ୟୁତ ସେଠି, ନାରାୟଣ ସାହୁ. ଅଜିତ ମହାରଣା, ତ୍ରିନାଥ ସାହୁ, ଅଶୋକ ରାୟ, ଶିବ ନାୟକ ଏବଂ ବହୁବରିଷ୍ଠ ନାଗରିକଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇ ଥିଲେ ।ଅଶୋକ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories