ଫୁଲବାଣୀ ରେ ଜନ ଜାତି ଗୌରବ ଦିବସ

Udaya_Labanya | November 16, 2022 | 17 views |1 | Breaking News


ଫୁଲବାଣୀ
ସ୍ୱାଧୀନତା ସଂଗ୍ରାମୀ, ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଆଜି ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସ ପାଳନ କରାଯାଇଛି । ଏହି ଅବସରରେ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ମଙ୍ଗଳବାର ସକାଳେ ଫୁଲବାଣୀ ସହରରେ ଏକ ବିରାଟ ଶୋଭାଯାତ୍ରା ସହିତ ସାଧାରଣ ସଭା କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜଳ ଶକ୍ତି ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଯୋଗ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକ ରୁଆସିଥିବା ହଜାର ହଜାର ଜନଜାତିଙ୍କ ସମେତ ନିଜେ କେନ୍ଦ୍ର ମନ୍ତ୍ରୀ ଟୁଡ଼ୁ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଫୁଲବାଣୀର ମାଦିକୁନ୍ଦା ଛକରୁ ଆଦିବାସୀ ମାନେ ବିଭିନ୍ନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିରାଟ ଶୋଭାଯାତ୍ରାରେ ବାହାରିଥିଲେ ଏହି ଅବସରରେ ସେମାନେ ବିର୍ସା ମୁଣ୍ଡା ଜିନ୍ଦାବାଦ, ଆଦିବାସୀ ଜିନ୍ଦାବାଦ ଓ ଭାରତ ମାତା କି ଜୟ ଭଳି ବିଭିନ୍ନ ନାରାବାଜି ସହିତ, ପାରମ୍ପରିକ ନାଚ ଗୀତ କରି ଫୁଲବାଣୀ ସହରର ସ୍ଥିତ କରୋନେସନ ପଡ଼ିଆରେ ଆସି ପହଞ୍ଚିଥିଲେ l
ସେଠାରେ ଆୟୋଜିତସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଟୁଡୁ ସହିଦ ବିର୍ସା ମୁଣ୍ଡା ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ
ବିର୍ସା ମୁଣ୍ଡା ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଆହ୍ଵାନଦେଇଥିଲେ l
ସର କାର ଆଦିବାସୀ ମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ଏହାରସୁଯୋଗ ନେବାଲାଗି କହିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ପବିତ୍ର କହଁର, ଅଧ୍ୟକ୍ଷ, ଟ୍ରାଇ ଫେଡ଼, ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ ପ୍ରମୁଖ ଭଗବାନ ସୁରେ, ତାଡୀସାରୁ ବାବା, ନୃପେନ କହଁର, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇ ଥିଲେ l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories