କଳିଙ୍ଗl ବି ଏଡ କଲେଜ ପୁନଃ କାର୍ଯ୍ୟକ୍ଷମ ଦାବୀ କରି ଧାରଣା

Udaya_Labanya | November 20, 2022 | 16 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଜି. ଉଦୟଗିରି ବ୍ଲକ ର କଳିଙ୍ଗା ଠାରେ ଥିବା ବି ଏଡ କଲେଜ କୁ ପୁନଃ କାର୍ଯ୍ୟକ୍ଷମକରିବାକୁ କନ୍ଧମାଳ ଜାଗରଣ ମଞ୍ଚ ଦାବୀ କରିଛି l
ମଞ୍ଚ ପକ୍ଷରୁ ଶୁକ୍ରବାର ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ସହ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ମଞ୍ଚ ସଭାପତି ତଥା ଅବସରପ୍ରାପ୍ତ ପ୍ରଶାସକ ମିହିର ଚାନ୍ଦ ମଲିକ, ସମ୍ପାଦକ ଜନ ବାଦୀ ଗୌଡ଼, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ବୀରେନ୍ଦ୍ର କହଁର, ମହାପାତ୍ର ପ୍ରଧାନ ଅବସରପ୍ରାପ୍ତ ଉପ ନିର୍ଦେଶକ, ଲୋକ ସମ୍ପର୍କ ବିଭାଗ, ସଭାପତି କୁଇସମାଜ ସୁଦର୍ଶନ କହଁର, ସମ୍ପାଦକ ଅବନୀକହଁର, ସୌଦାମିନୀ କହଁର, ପଞ୍ଚାନନ କହଁର, ରମାକାନ୍ତ ମଲିକ, ଗୌତମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l
ସୂଚନା ଯୋଗ୍ୟ ଯେ, ଗତ ୨O/୨ ୧ ବର୍ଷ ଠାରୁ କଳିଙ୍ଗା ବି ଏଡ କଲେଜବନ୍ଦ ଅଛି l ଫଳରେ ଶତାଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭ ରୁ ବଂଚିତ ହୋଇଛନ୍ତି lସରକାର ଶିକ୍ଷା ର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଛ କରୁଥିବାବେଳେ ଚାଲୁ ଥିବା ଶିକ୍ଷା ନୁଷ୍ଠାନ କୁ ବନ୍ଦ କରିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସମ୍ପାଦକ ଗୌଡ଼ କହିଛନ୍ତି l
ସରକାର ଏହା ପୁନଃ କାର୍ଯ୍ୟକ୍ଷମ ନ କଲେ ଆଗାମୀ ଦିନରେ ମଞ୍ଚ ପକ୍ଷରୁ
ଜୋରଦାର ଆନ୍ଦୋଳନ କରାଯିବ ବୋଲି ଗୌଡ଼ ଚେତାବନୀ ଦେଇଛନ୍ତି l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories