ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା କନ୍ଧମାଳର ଦୁର୍ଗମ ଅଞ୍ଚଳକୁ ସ୍ଥାୟୀ ପକ୍କା ରାସ୍ତା, ଗ୍ରାମବାସୀ ଖୁସ

Udaya_Labanya | November 20, 2022 | 19 views |0 | Breaking News


ଫୁଲ ବାଣୀ (ସୁନୀଲ ପଟନାୟକ )
ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆର୍ଥୀକ ସହାୟତାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ପ୍ରଧାନ ମନ୍ତ୍ରୀ ଗ୍ରାମସଡକ ଯୋଜନା ରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ମାଓ ଇଲାକାରେ ଥିବା ଗ୍ରାମଗୁଡିକୁ ସ୍ଥାୟୀ ପିଚୁରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯାଉଛି। ବିଶେଷକରି ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ଏ ସବୁରାସ୍ତାକାମ ହାତକୁ ନିଆଯାଉଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଜି. ଉଦୟ ଗିରୀ ବ୍ଳକରରାଜ୍ୟ ରାଜପଥମାଲାନ ସୁଗା ଛକ ରୁ କୂର୍ମୀଙ୍ଗିଆ କୁ ପ୍ରାୟ ୫. ୮୯ କିମି ରାସ୍ତା ନିର୍ମାଣକାର୍ଯ୍ୟ ଆରମ୍ଭ କରାଯାଇଛି ।
ଏକଦା ଘଞ୍ଚ ଜଙ୍ଗଲ ଓ ପାହାଡ଼ ଅତିକ୍ରମ କରି ଲୋକେ ଖାଲ ଢିପ ରାସ୍ତା ଜୀବନକୁ ବାଜୀ ଲଗାଇ ଯା ଆସ କରୁ ଥିଲେ। ସାଇ କଲ କିମ୍ବା ମୋଟରସାଇକଲ ରେ ଯିବାଆସିବା କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଥିଲ। । ଫଳରେ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସ ଭଲରେ ଆସିପାରୁନଥିଲ।ଫଳରେ ଲୋକେନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସ୍ଥାୟୀ ରାସ୍ତା ପାଇଁ ଦୀର୍ଘବର୍ଷ ହେଲା ଗ୍ରାମବାସୀ ଦାବୀ କରୁଥିଲେ ମଧ୍ୟ ଅର୍ଥ ଅନୁଦାନ ଅଭାବରୁ ରାସ୍ତାକାମ ହୋଇପାରୁ ନ ଥିଲା। ତେବେ ବର୍ତ୍ତମାନର ଗ୍ରାମ୍ୟ ନିର୍ମାଣ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ
ଇଂସୁଦେଶ ରାଉତଙ୍କ କାର୍ଯ୍ୟଦକ୍ଷତା,ନିଷ୍ଠା, ଆନ୍ତରୀକତା, ଓ ଉଦ୍ୟମ ଯୋଗୁଁ ଦୁର୍ଗମ ଅଞ୍ଚଳ
କୁରମିଙ୍ଗିଆ କୁ ସ୍ଥାୟୀ ପିଚୁ ରାସ୍ତାନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛିl ଫଳରେ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି।ଗମନା ଗମନ ର ସୁବିଧା ହେଲେ ଲୋକଙ୍କ ସାମାଜିକ ଓ ଅର୍ଥ ନୈତିକ ଅଭିବୃଦ୍ଧି ଘଟିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ. ରାଉତ କହିଛନ୍ତି lଏହି ରାସ୍ତା ପାଇଁ ୩ କୋଟି ୨ ୮ ଲକ୍ଷ ୧ 0ହଜାର ଟଙ୍କା ବ୍ୟୟ ବରାଦ ରହିଥିବା ଅଧିକ୍ଷଣ ଯନ୍ତ୍ରୀଇଂ. ରାଉତ କହିଛନ୍ତି l ଏଥି ସହ ଆସନ୍ତା ୫ ବର୍ଷ ଯାଏ ଏହାର ରକ୍ଷଣା ବେକ୍ଷଣ କରିବେ ଠିକାଦାର ବୋଲି ଇଂ ରାଉତ କହିଛନ୍ତି l
ସେହିପରି ଅଭିଜ୍ଞ ତଥା ବରୀଷ୍ଟ ଠିକାଦାର ଭାବେ ଜଣାଶୁଣା ସଂଗ୍ରାମ କେଶରୀ ପଟନାୟକ ଏହି ରାସ୍ତା କାର୍ଯ୍ୟ ଅତି ଶିଘ୍ର ସାରିବା ଲାଗି ଉଦ୍ୟମ କରୁଥିବା ଠିକାଦାର ପଟନାୟକ କହିଛନ୍ତି l
ଏହି ରାସ୍ତା ହେଲେ ପୀଡ଼ିକି ମାହା, ଗାମୁଲି, କୁର ମିଙ୍ଗିଆ, ମାଲାନସୁଗା ଆଦି ଗ୍ରାମର ହଜାରେ ରୁ ଉର୍ଧ୍ଵ ଲୋକେ ସ୍ଥାୟୀ ଗମନାଗମନ ର ସୁବିଧା ପାଇବେ ବୋଲି ଠିକାଦାର ପଟନାୟକ କହିଛନ୍ତି l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories