ଫୁଲବାଣୀ ପୂର୍ତ୍ତ ବିଭାଗ ଦ୍ୱାରା ଦୁର୍ଗମ ଅଞ୍ଚଳକୁ ସ୍ଥାୟୀ ପକ୍କା ରାସ୍ତାନିର୍ମାଣ, ଗ୍ରାମବାସୀ ଖୁସ

Udaya_Labanya | November 21, 2022 | 20 views |1 | Breaking News


ଫୁଲ ବାଣୀ-(ସୁନୀଲ ପଟନାୟକ )
ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆର୍ଥୀକ ସହାୟତାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ମାଓ ଇଲାକାରେ ଥିବା ଗ୍ରାମଗୁଡିକୁ ସ୍ଥାୟୀ ପିଚୁରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯାଉଛି। ବିଶେଷକରି ଫୁଲବାଣୀ ପୂର୍ତବିଭାଗ ଡିଭିଜନ ପକ୍ଷରୁ ଏବେଫୁଲବାଣୀ ସହର
ନିକଟବର୍ତ୍ତୀ ସର୍ତ୍ତାଗୁଡା ଛକ ରୁ ମିଣି ଆକାଠିଗ୍ରାମ କୁ ସ୍ଥାୟୀ ପକ୍କା ରାସ୍ତାକାମ ହାତକୁ ନିଆଯାଉଥିବା ଦେଖିବାକୁ ମିଳିଛି ।
ଏକଦା ଘଞ୍ଚ ଜଙ୍ଗଲ ଓ ପାହାଡ଼ ଅତିକ୍ରମ କରି ଲୋକେ ଖାଲ ଢିପ ରାସ୍ତା ଜୀବନକୁ ବାଜୀ ଲଗାଇ ନଦୀ ନାଳପାର ହୋଇ ଗାଁ କୁ ଯା ଆସ କରୁ ଥିଲେ। ସାଇ କଲ କିମ୍ବା ମୋଟରସାଇକଲ ରେ ଯିବାଆସିବା କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଥିଲ। । ଚାରି ଚକିଆ କଥା ନକହିବା ଭଲ lଫଳରେ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସଗାଁ କୁ ଆସିପାରୁନଥିଲ।ଫଳରେ ଲୋକେନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ଦେହ ଖରାପ ହେଲେ ରୋଗୀ କୁ ଖଟିଆ ରେ ବୋହି ମାଇଲ ମାଇଲ ବାଟ ବୋହି ଆଣିବାକୁ ପଡୁଥିଲା l
ସ୍ଥାୟୀ ରାସ୍ତା ପାଇଁ ଦୀର୍ଘବର୍ଷ ହେଲା ଗ୍ରାମବାସୀ ଦାବୀ କରିଆସୁଥିଲେ l ଏପରିକି ବିଭିନ୍ନ ସମୟରେ ରା଼ଲ୍ଲୀ ଓ ଭୋଟ ବର୍ଜନ ବି କରିଥିଲେ ତଥାପି
ମଧ୍ୟ ଅର୍ଥ ଅନୁଦାନ ଅଭାବରୁ ରାସ୍ତାକାମ ହୋଇପାରୁ ନ ଥିଲା। ତେବେ ବର୍ତ୍ତମାନର ପୂର୍ତ୍ତ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରିୟବ୍ରତ ସାମନ୍ତରାୟ ଓ ଯନ୍ତ୍ରୀ ଙ୍କ କାର୍ଯ୍ୟଦକ୍ଷତା,ନିଷ୍ଠା, ଆନ୍ତରୀକ ଉଦ୍ୟମ ଯୋଗୁଁ ଦୁର୍ଗମ ଅଞ୍ଚଳ
ମିଣିଆକାଠି କୁ ସ୍ଥାୟୀ ପିଚୁ ରାସ୍ତାନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛିl ଫଳରେ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ସାଧୁବାଦ ଜଣାଇଛନ୍ତି।
ଗମନା ଗମନ ର ସୁବିଧା ହେଲେ ଲୋକଙ୍କ ସାମାଜିକ ଓ ଅର୍ଥ ନୈତିକ ଅଭିବୃଦ୍ଧି ଘଟିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ. ସାମନ୍ତରାୟ କହିଛନ୍ତି l ପ୍ରାୟ ୧୮କିଲୋମିଟର ବ୍ୟାପୀ ନିର୍ମାଣ ହେବାକୁ ଥିବା ଏହି ରାସ୍ତା ପାଇଁ ୧ ୫ କୋଟି ୯ 0ଲକ୍ଷ ୨ ୬ ହଜାର ଟଙ୍କା ବ୍ୟୟ ବରାଦ ରହିଥିବା ଅଧିକ୍ଷଣ ଯନ୍ତ୍ରୀଇଂ. ସାମନ୍ତରାୟ କହିଛନ୍ତି l
ସେହିପରି ଅଭିଜ୍ଞ ତଥା ବରୀଷ୍ଟ ଠିକାଦାର ଏହି କାର୍ଯ୍ୟ କରୁଛନ୍ତି l ଏହି ରାସ୍ତା କାର୍ଯ୍ୟ ଅତି ଶିଘ୍ର ସାରିବା ଲାଗି ଉଦ୍ୟମ କରିବେ ବୋଲି କହିଛନ୍ତି l
ଏହି ରାସ୍ତା ହେଲେ ଫୁଲବାଣୀ, ସର୍ତ୍ତାଗୁଡା, ଗୁମି,ତାଡ ପଙ୍ଗା, ସୁଦୁବାଲି, ମିଣିଆକାଠି ଆଦି ଗ୍ରାମର ହଜାରେ ରୁ ଉର୍ଧ୍ଵ ଲୋକେ ସ୍ଥାୟୀ ଗମନାଗମନ ର ସୁବିଧା ପାଇବେ ବୋଲି ଜଣା ପଡ଼ିଛି l ଏହି ରାସ୍ତା କାର୍ଯ୍ୟ କୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟ ର ଶୁଭାରମ୍ଭ କରିଛନ୍ତି l ଏହି ରାସ୍ତା କାମ ଯେପରି ବର୍ଷକ ମଧ୍ୟରେ ସରିବ ସେଥିପାଇଁ ଦ୍ରୁଷ୍ଟି ଦେବାଲାଗି ଠିକାଦାର ଓ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories