ବାଲିଗୁଡା ରେ ଦୁର୍ନୀତି ବିରୋଧୀ ମଞ୍ଚ ଗଠିତ

Udaya_Labanya | November 21, 2022 | 22 views |1 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )ଦିନକୁ ଦିନ ସମାଜ ରେ ଦୁର୍ନିତୀ, ଠକେଇ, ଭ୍ରଷ୍ଟାଚାର ଆଦି ବଢିଚାଲିଥିବାରୁ ସାଧାରଣ ଗରିବଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ଲାଞ୍ଚ ନଦେଲେ କୌଣସି କାମ ହେଉନି l ଏହାକୁ ରୋକିବା ପାଇଁ
କନ୍ଧମାଳ ଜ଼ିଲ୍ଲା ବାଲିଗୁଡ଼ା ରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ଗଠନ କରାଯାଇଛି ll କିଛି ବର୍ଷହେବ ବାଲିଗୁଡା ସରକାରୀ ତଥା ବେସରକାରୀ ସ୍ତରରେ ତଥା ତହସିଲ, ଆଇ ଟି ଡ଼ି ଏ, ବ୍ଲକ, ଏନ ଏ ସି ରେ ଦୁର୍ନୀତି, ଅତ୍ୟାଚାର, ପ୍ରିୟା ପ୍ରୀତି ତୋଷଣ ଏବଂ ସହର ରେ ଆତଙ୍କରାଜ ବଢ଼ି ଚାଲିଛି ତାକୁ ଅଙ୍କୁଶ ଲଗାଇବା କୁ ବାଲିଗୁଡା ର ସମସ୍ତ ୱାର୍ଡ ର ଲୋକେ ସଂଗଠିତ ହୋଇ ଦୁର୍ନୀତି ଭ୍ରଷ୍ଟାଚାର କୁ ସମୂହ ବିରୋଧ ପାଇଁ ଅଣ୍ଟାଭିଡିଛନ୍ତି lବାଲିଗୁଡା ର ସର୍ବ ପୁରାତନ ସାହି ନୂଆସାହି ର ମା ଦୁର୍ଗା ଆଞ୍ଚଳିକ ଦୁର୍ନୀତି ବିରୋଧୀ ଯୁବମଞ୍ଚ ର ଆଦର୍ଶ ରେ ଅନୁ ପ୍ରାଣିତ ହୋଇ ବାଲିଗୁଡା ର ଭଗା ମୁଣ୍ଡା ସାହିରେ ଖଜୁରୀନାଳ ଜାମପଦା, ଇଲେକ୍ଟ୍ରି ସାହିକୁ ନେଇ ମା ମହାମୟୀ ଦୁର୍ନୀତି ବିରୋଧୀ ମଞ୍ଚ ନାମରେ ସଂଗଠନ ଗଠନ ହୋଇଥିବା ସୂଚନା ମିଳିଛି l କିଛି ଖଳ ପ୍ରକୃତି ର ଲୋକ ପ୍ରଶାସନ କୁ ହାତ ବାରସୀ କରି ଲୋକଙ୍କୁ ଭୟଭିତ କରାଇ ସରକାରୀ ଅର୍ଥ ଲୁଟି ଚାଲିଛନ୍ତି ତାକୁ ପ୍ରତିହ ତ କରିବା ଏବଂ ସହର ରେ ଭାଇଚାରା ସୃଷ୍ଟି କରିବା ସହିତ ସମାଜ ମଙ୍ଗଳ କାର୍ଯ୍ୟରେ ସଂଗଠନ ନିଜକୁ ନିୟୋଜିତ କରିବା ସହିତ ଅନ୍ୟାୟ ବିରୋଧ କରିବା ପାଇଁ ଏହାର ମୁଖ୍ୟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିବ ବୋଲି ସଂଗଠନ ର ଆବାହକ ନାରାୟଣ ଦଳପତି କହିଛନ୍ତି l ମା ମହାମୟୀ ଦୁର୍ନୀତି ବିରୋଧୀ ମଞ୍ଚର ସଭାପତି ଭାବେ ନାରାୟଣ ଦଳପତି ଉପ ସଭାନେତ୍ରୀ ଭାବେ ମୁକ୍ତା ନାୟକ ସମ୍ପାଦକ ଭାବେ ଗୁରୁଦେବ ପୂଜାରୀ ସହ ସମ୍ପାଦିକା ଭାବେ ସୁମନ୍ତୀ ମଳିକ କୋଷାଧକ୍ଷ ଭାବେ ସହିତ ଗୌଡ଼ ଟହଲିଆ ଭାବେ ପରଦେଶୀ ପାତ୍ର ଏବଂ ଜଗନ୍ନାଥ ବେହେରା ଙ୍କୁ ଚୟନ କରାଯାଇଛି l
ତେବେ ଏହି ମଞ୍ଚ ସମାଜ ରୁ ଦୁର୍ନିତୀ ହଟାଇ ଗରିବ ଲୋକଙ୍କୁ କିଭଳି ନ୍ୟାୟ ପ୍ରଦାନ କରିବ ତାହା ଆଗକୁ ଜଣାପଡିବ l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories