#Breaking News

ଖେଳ ପଡିଆ ନିର୍ମାଣକାର୍ଯ୍ୟ ଆରମ୍ଭ ନେଇ ଦୁଇଗୋଷ୍ଠି ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଆଠ ଆହତ


ଫୁଲବାଣୀ, କନ୍ଧମାଳ ଜିଲ୍ଲା ବାଲିଗୁଡା ରେ
ଏକ ବିବାଦୀୟ ଜମିରେ ଖେଳପଡିଆ ନିର୍ମାଣ କାର୍ଯ୍ୟ ଆରମ୍ଭ କୁ ନେଇ ଗୋଷ୍ଠି ସଂଘର୍ଷ ହୋଇଛିl ଏଥିରେ ମହିଳା ସମେତ ଆଠ ଜଣ ଆହତଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରେ ଭର୍ତ୍ତୀ କରାଯାଇଥିଲା l ସୀମା ବିବାଦ ନେଇ ବାଲିଗୁଡା ଥାନା ଅନ୍ତର୍ଗତ ମାଦିନାଟ ଓ ବାଲିସୁଗାଁ ଗାଁ ରେ ପୂର୍ବରୁ ବହୁବାର ଗଣ୍ଡଗୋଳ ହୋଇଥିଲା l ପୋଲିସ ପ୍ରଶାସନ ଏବଂ ରାଜସ୍ବ ବିଭାଗ ହସ୍ତକ୍ଷେପ ପରେ ଉକ୍ତ ଜମିକୁ କେହିବି ନଯିବାପାଇଁ କୁହାଯାଇଥିଲା l ବିବାଦଥିବା ସତ୍ତ୍ୱେ ଉକ୍ତ ଜମିରେ ଠିକାଦାର ଅନ୍ୟଏକ ଗୋଷ୍ଠୀକୁ ଧରି ମହୁଲଗଛ , ଶାଳ ଗଛ ଆଦି ବେଆଇନ ଭାବେ କାଟି ଜେସିବି ଲଗାଇ ଖେଳ ପଡିଆ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାରୁ ଅନ୍ୟଏକ ଗୋଷ୍ଠୀ ବିରୋଧ କରିଥିଲେ l ଫଳରେ ଅନ୍ୟ ଗୋଷ୍ଠୀ ମାଡ଼ ମାରିବାରୁ ଜଣେ ମହିଳାଙ୍କ ସମେତ ଆଠଜଣ ଆହତ ହୋଇ ବାଲିଗୁଡା ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି l ମାଦିନାଟ ଗ୍ରାମବାସୀ ଙ୍କ ବିରୋଧ ରେ ବାଲିସୁଗା ଗ୍ରାମବାସୀ ବାଲିଗୁଡା ଥାନାରେ ଅଭିଯୋଗ କରିଛନ୍ତି ଏନେଇ ପୋଲିସ ତଦନ୍ତଜାରି ରଖିଛି l ବିବାଦୀୟ ଜମିରେ ବିବାଦ ସମାଧାନ ନ କରି ବ୍ଲକ ପ୍ରଶାସନ କିଭଳି ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଅନୁମତି ଦେଉଛନ୍ତି ସେନେଇ ନାନା ସନ୍ଦେହ ସୃଷ୍ଟି ହୋଇଥିବା ବାଲି ସୁଗା r
ଜମ୍ବେସ୍ୱର ମଲିକ,
ଲୋଚନ ମଲିକ
ଅନୁଭା ପ୍ରଧାନ,ସନୁଜା ମଲିକପ୍ରମୁଖ କହିଛନ୍ତି l

Leave a comment

Your email address will not be published. Required fields are marked *