#Breaking News

୧ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଲାଞ୍ଚୁଆ ପୋଲିସ ଗିରଫ


ଫୁଲବାଣୀ (ସୁନୀଲ ପଟନାୟକ )
ଶୁକ୍ରବାର ଲାଞ୍ଚ ନେବାବେଳେ ଜଣେ ଲାଞ୍ଚୁଆ ପୋଲିସ ଏ ଏସ ଆଇ ବାବୁଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଛନ୍ତି l
ଲାଞ୍ଚୁଆ ଏ ଏସ ଆଇ ବାବୁ ଜଣଙ୍କ ହେଉଛନ୍ତି ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଜହ୍ନ l ପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନ l ମଦନ ମୋହନ ବୌଦ୍ଧ ର ବୈଜୟ ନ୍ତି ଏଗରୋ ମେସିନରୀସ ର ମାଲିକ ସ୍ଵପ୍ନେଶ୍ଵର ଖୁଣ୍ଟିଆ ଙ୍କ ଠାରୁ ଏକ 1CCମାମଲା୨୨ /୨୨ ଓ ଥାନା କେଶ ନ ମ୍ବର ୩୧୩ /୨୨ ର ରିପୋର୍ଟ ଦେବାଲାଗି ଏହି ଲାଞ୍ଚଟଙ୍କା ଦାବୀ କରି ଥିଲେ ଓ ଆଜି ଉକ୍ତ ଅର୍ଥ ଗ୍ରହଣ କରିବାବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ମାଡିବସି ତାଙ୍କୁ ଗିରଫ କରିବା ସହ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା ବୋଲି ଫୁଲବାଣୀ ଭିଜିଲାନ୍ସ ଡି ଏସ ପି ଅରୁଣ କୁମାର ନାୟକ କହିଛନ୍ତି l
ଡ଼ିଏସପି ଅରୁଣ ନାୟକ ଙ୍କ ସମୟରେ ଅନେକ ଦୁର୍ନିତୀ ମାମଲା ଧରା ହେଉଥିବା ରୁ ଦୁର୍ନିତୀ ଗ୍ରସ୍ତ ସରକାରୀ କର୍ମଚାରୀ ମହଲ ରେ କୋକୁଆ ଭୟ ସୃଷ୍ଟି ହୋଇଛି l

Leave a comment

Your email address will not be published. Required fields are marked *