ମଙ୍ଗଳବାର ଦୁର୍ନୀତି ଭ୍ରଷ୍ଟାଚାର ବିରୋଧ ମଞ୍ଚର ଶପଥ ଗ୍ରହଣ
Udaya_Labanya | November 29, 2022 | 11 views |0 | Breaking News
ଫୁଲବାଣୀ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ନୂଆସାହି ର ପ୍ରତକ୍ଷ୍ୟ ତତ୍ୱାବଧାନ ରେ ନବ ଗଠିତ ମା ଦୁର୍ଗା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ଯୁବ ମଞ୍ଚର ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ନିଷ୍ଠା, ଆନ୍ତରିକତା ଓ ସଚୋଟତା ର ସହ କାର୍ଯ୍ୟ କରି ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ ସହ ଦୁର୍ନିତୀ ଦୂର କରିବା ପାଇଁ ଶପଥ ଗ୍ରହଣ କରିବେl ଏହି ଶପଥ ଗ୍ରହଣ ଉତ୍ସବ ଆସନ୍ତା ମଙ୍ଗଳବାର ଦିନ ଅନୁଷ୍ଠିତ ହେବ ବୋଲି ଗ୍ରାମ୍ୟ କମିଟି ସଭାପତି ଲଳିତ ପାତ୍ର ଜଣାଇଛନ୍ତି l ଏଥିରେ ତିନୋଟି ୱାର୍ଡ ର ଜନ ସାଧାରଣ ଯୋଗଦେବେ l ବାଲିଗୁଡା ରେ ଦୁର୍ନୀତି ବିରୋଧୀ ମଞ୍ଚ ଗଠନ ପରେ ଏନ. ଏ. ସି ର ଅନାନ୍ୟ ୱାର୍ଡ ରେ କମିଟି ଗଠିତ ହେଉଛି ସମସ୍ତ ୱାର୍ଡ ରେ କମିଟି ଗଠନ ପରେ ପର୍ଯ୍ୟାୟ କ୍ରମେ ବାଲିଗୁଡା ସହରରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମିଳିତ ମହାମଞ୍ଚ ଗଠନ ହେବ ବୋଲି ସୂଚନା ମିଳିଛି l ସୂଚନାଯୋଗ୍ୟ ଯେ ବାଲିଗୁଡା ରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ଗଠନ ପରେ ଦୁର୍ନୀତି ଓ ଭ୍ରଷ୍ଟାଚାର ରେ ସମ୍ପୃକ୍ତଥିବା ବ୍ୟକ୍ତି ବିଶେଷ ଙ୍କ ନିଦ ହଜିଯାଇଛିl କିଛି କୁ ଚକ୍ରୀଗୋଷ୍ଠୀ ସୋସିଆଲ ମିଡ଼ିଆ ମାଧ୍ୟମରେ ଏହାକୁ ଭଣ୍ଡୁର କରିବାପାଇଁ ରାଜ ନୈତିକ ରଙ୍ଗ ଦେବାକୁ ଅପଚେଷ୍ଟା କରୁଥିବା ବେଳେ ଏହାକୁ ନେଇ ମଞ୍ଚ ଆଦୌ ବିଚଳିତ ନଥିବା କହିଛନ୍ତି ସଭାପତି ଲଳିତ ପାତ୍ର lଆଗାମୀ ଦିନରେ ମଞ୍ଚକର୍ମକର୍ତା ବିଭିନ୍ନ ବିଭାଗ କୁ ଆସୁଥିବା ସମସ୍ତ ଅନୁଦାନ ଓକେଉଁଠି, କିପରି ଏହା କାର୍ଯ୍ୟକାରୀ ହେଉଛି, ଏହା ଦ୍ୱାରା ଲୋକେ ଉପକୃତ ହେଉଛନ୍ତିକି ନାହିଁ, କାର୍ଯ୍ୟ ର ମାନ ଆଦି ତନ୍ନ ତନ୍ନ କରି ଯାଞ୍ଚ କରିବେ lଦୁର୍ନୀତି ଓ ଅର୍ଥ ତୋଷରପାତ ସମ୍ପର୍କରେ ସୁରାକ ପାଇଲେ କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ କରିବେ, ଉଚ୍ଚ କତୃପକ୍ଷ ଙ୍କ ଦ୍ରୁଷ୍ଟି ଆକର୍ଷଣ କରିବେ ଓ ଆବଶ୍ୟକ ହେଲେ ଭିଜିଲାନ୍ସ କୁ ଖବର ଦେବେ ବୋଲି ଜଣା ପଡ଼ିଛି l