#Breaking News

ରାଉରକେଲା ଠାରେ ଉତ୍କଳ ସାମ୍ବାଦିକ ସଙ୍ଘ ବୈଠକରେ କନ୍ଧମାଳ ଶାଖାର ଯୋଗ ଦାନ


କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ଗତ ଦୁଇ ଦିନ ଧରି ରାଉରକେଲା ଠାରେ ଉତ୍କଳ ସାମ୍ବାଦିକ ସଙ୍ଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରବିବାରରେ ଉଦଯାପିତ ହୋଇଯାଇଛି।ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ବ୍ରାହ୍ମଣୀ କ୍ଲବ ଠାରେ ଆୟୋଜିତ ଉତ୍କଳ ସାମ୍ବାଦିକ ସଙ୍ଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଅତ୍ୟନ୍ତ ଭବ୍ୟ ଓ ସଫଳତାର ସହିତ ଆୟୋଜନ କରିବା ଏବଂ ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଖଣ୍ଡାଧାର ଜଳପ୍ରପାତର ଅପରୂପ ତଥା ମନୋରମ ଦୃଶ୍ୟକୁ ଉପଭୋଗ କରିବାର ସୁଯୋଗ ସାରା ରାଜ୍ୟର ସାମ୍ବାଦିକ ବନ୍ଧୁ ମାନଙ୍କୁ ଦେଇଥିବାରୁ ସୁନ୍ଦରଗଡ଼ ସଙ୍ଘର ସମସ୍ତ ସଦସ୍ୟଙ୍କୁ ଅଶେଷ ଧନ୍ୟବାଦ।ଉକ୍ତ ସଭାରେ ରାଜ୍ୟ ସଭାପତି ବିଭୁତି ଭୂଷଣ କର,କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ ଓ ପୂର୍ଣ୍ଣଚନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,କୋଷାଧ୍ୟକ୍ଷ ରାଜନ ଚୌଧୁରୀ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଖଟେଇ, ସୁନ୍ଦରଗଡ଼ ଜିଲ୍ଲା ସଭାପତି ପ୍ରଦୀପ ତ୍ରିପାଠୀ ଏବଂ ସମସ୍ତ ଜିଲ୍ଲାର ସଭାପତି ଓ ସଂଗ୍ରାମୀ ସାମ୍ବାଦିକ ସାଥି ମାନେ ଯୋଗ ଦେଇଥିଲେ। ଏଥି ସହ ଉତ୍କଳ ସାମ୍ବାଦିକ ସଙ୍ଘ କନ୍ଧମାଳ ଶାଖା ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସଙ୍କ ନେତୃତ୍ୱରେ ଜାତୀୟ କାର୍ଯ୍ୟ କାରିଣୀ ସଦସ୍ୟ ଶିବ ପ୍ରସାଦ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଫିଲିମନ ନାୟକ, ଉପସଭାପତି ପ୍ରେମ ଚାନ୍ଦ ସିଂ ,କୋଷାଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା,ବରିଷ୍ଠ ସଦସ୍ୟ ମନୋରଞ୍ଜନ ରାୟ, ଆଶୁତୋଷ ସାହୁ,ସନ୍ତୋଷ କୁମାର ମିଶ୍ର, ଅଜିତ କୁମାର ମହାରଣା,ଲକ୍ଷ୍ମୀ କାନ୍ତ ରାଜଗୁରୁ,ବସନ୍ତ କୁମାର ବେହେରା ଓ ସମିର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ସାମ୍ବାଦିକ ସୁରକ୍ଷା, ପେନସନ,ଇନସୁରାନ୍ସ ରାଶି ବୃଦ୍ଧି,ଅଧିକୃତ ସାମ୍ବାଦିକ ମାନ୍ୟତା ସମ୍ବନ୍ଧରେ ଆଲୋଚନା କରାଯାଇ ଆନ୍ଦୋଳନ ପାଇଁ ସଂକଳ୍ପ ନିଆଯାଇଥିଲା।

Leave a comment

Your email address will not be published. Required fields are marked *