୬ ଦଫା ଦାବିରେ କୁଇ ସମାଜ ସେବା ସମିତି ପକ୍ଷରୁ ରା଼ଲ୍ଲି ଓ ବିକ୍ଷୋଭ

Udaya_Labanya | November 29, 2022 | 16 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ)
ମଙ୍ଗଳବାର କୁଇ ସମାଜ ସେବା ସମିତି ଫୁଲବାଣୀ ଶାଖା ଆଜି ୬ ୯ ତମ ପ୍ରତିଷ୍ଠା ଦିବସ ଫୁଲବାଣୀରେ ପାଳନ କରିଛି !ଏହି ଅବସରରେ ୬ ଦଫା ଦାବୀରେ ସମିତି ପକ୍ଷରୁ ଫୁଲବାଣୀ ସହରରେ ବିରାଟ ଶୋଭାଯାତ୍ରା ସହିତ କରୋନେସନ ପଡ଼ିଆରେ ସାଧାରଣ ସଭା ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି !ସମିତିର ସଭାପତି ସୁଦର୍ଶନ କହଁର, ସମ୍ପାଦକ ଅବନୀ କହଁର, ଏସ ଡି ସି, ଅଧ୍ୟକ୍ଷ ରୋଦନ ମଲ୍ଲିକ, ଟ୍ରାଇଫେଡ଼ ଅଧ୍ୟ କ୍ଷ ପବିତ୍ର କହଁର, ଫୁଲବାଣୀ ବିଧାୟକ ପ୍ରତିନିଧି ନୀଳାମ୍ବର କହଁରଙ୍କ ସମେତ ହଜାର ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ହୋଇ ନାଚି ନାଚି ସ୍ଥାନୀୟ ମାଦିକୁନ୍ଦା ଛକରୁ ବିରାଟ ଶୋଭାଯାତ୍ରାରେ ବାହାରି ମୁଖ୍ୟ ରାସ୍ତାଦେଇ ଶୋଭାଯାତ୍ରା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ବିକ୍ଷୋଭ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୬ ଦଫା ସମ୍ଭଳିତ ଦାବୀ ପତ୍ର ପ୍ରଦାନ କରିଥିଲେ !ତାପରେ କରୋନେସନ ପଡ଼ିଆ ରେ ଅନୁଷ୍ଠିତ ସଭାରେ କନ୍ଧମାଳ ଜିଲ୍ଲାରେ ପେସା ଆଇନ ଲାଗୁ କରିବା,ଜବର ଦଖଲ ଜମି ମାଫିଆ ମାନଙ୍କ କବଳରୁ ଜମି ଉଦ୍ଧାର କରି ଭୂମିହୀନ କୁଇ ମାନଙ୍କୁ ଆବଣ୍ଟନ,ଫୁଲବାଣୀ ସହର ସ୍ଥିତ ହାଟପଦା ଜାଗାରୁ ଜବରଦଖଲ କାରି ଙ୍କୁ ଉଛେଦ କରି ସ୍ଥାନୀୟ ଚାଷୀ ମାନଙ୍କ ପାଇଁ ସଂରକ୍ଷିତରଖିବା, କଳିଙ୍ଗା ବି. ଏଡ଼ କଲେଜକୁ ପୁନଃ କାର୍ଯ୍ୟକାରି କରିବା , କୁଇ ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ଯୋଗାଯୋଗ ଏବଂ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି କରିବା ପାଇଁ କୂଇ ସମାଜ ସେବା ସମିତି ର ନେତା ମାନେ ଦାବୀ କରିଥିଲେ

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories