ଫୁଲବାଣୀ -ବ୍ରହ୍ମପୁର ଜାତୀୟ ରାଜପଥ ରୁଜାଙ୍ଗି ରେ ପାଣି ପାଇଁ ରାସ୍ତା ଅବରୋଧ

Udaya_Labanya | November 30, 2022 | 17 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )ଖରା ନ ଆସୁଣୁ ଦେଖାଦେଲାଣି ପାଣି ସମସ୍ୟା l
ପାଣି ପାଇଁ ଉତ୍ୟକ୍ତ ଲୋକେ ବୁଧବାର ବ୍ରହ୍ମପୁର -ଫୁଲବାଣୀ ଜାତୀୟ ରାଜପଥ ରୁଜାଙ୍ଗି ଠାରେ ଗରା, ମାଠିଆ ବାଲଟି ରଖି ରାସ୍ତା ଅବରୋଧ କରିବା ଫଳରେ ବ୍ରହ୍ମପୁର, ବାଲିଗୁଡା, ରାୟଗଡା, ଆଦି ଯିବାକୁଥିବା ଗାଡି ମଟର ଆଦି ଅଟକି ରହିଛି ସକାଳୁ l
ରୁଜାଙ୍ଗି ରେ ୩ଟା ନଳକୂପ ଥିଲେ ବି ସବୁ ଗୁଡିକ ଅଚଳ ହୋଇପଡିଛି l ସେହିପରି ପାନୀୟ ଜଳ ପ୍ରକଳ୍ପ ମଧ୍ୟ ଅଚଳl ମରାମତି କରିବା ପାଇଁ ବାରମ୍ବାର ଜଣାଇଥିଲେ ବି ସୁଫଳ ମିଳିଲାନି ଫଳରେ ଗତ ଚାରି ମାସ ହେଲା ପାନୀୟ ଜଳ ସୁବିଧା ନପାଇ ହନ୍ତ ସନ୍ତ ହେଉଥିଲେ ରୁଜାଙ୍ଗି ଗ୍ରାମବାସି lଫଳରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିବାକୁ ପଡିଲା ବୋଲି ଗ୍ରାମ ର ଶିବାଶିନୀ ବେହେରା, ସୁକୁମାରୀ ବେହେରା କହିଛନ୍ତି l
ତେବେ ଖବର ପାଇ ପୋଲିସ, ତହସିଲଦାର, ବିଡ଼ିଓ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ, ସରପଞ୍ଚ ପ୍ରମୁଖ ପହଂଚି ବୁଝାସୁଝା କରି ପାନୀୟ ଜଳ ଯୋଗାଇଦେବାକୁ ପ୍ରତଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ଓ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା lତେବେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ପଚାରିବାରେ ଗ୍ରାମବାସି ମାନେ ପୂର୍ବରୁ ଜଣାଇଥିଲେ ପାନୀୟଜଳ ସମସ୍ୟା ସମାଧାନ ହୋଇପାରିଥାନ୍ତା,
ବର୍ତମାନ ଅତିଶୀଘ୍ର ସେମାନଙ୍କ ସମସ୍ୟା ଦୂର କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ. ବି କେ ଦାଶ କହିଛନ୍ତି l
ରୁଜାଙ୍ଗି ଗ୍ରାମ ର ପାନୀୟ ଜଳ ସମସ୍ୟା କେବେ ଦୂର ହେଉଛି ଆଗକୁ ଜଣା ପଡିବ l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories