ସାତ ଦିନ ପରେ ଖୋଲିଲା ପଞ୍ଚାୟତ କାର୍ଯ୍ୟାଳୟର ତାଲା

Udaya_Labanya | November 30, 2022 | 33 views |0 | Breaking News


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡ଼ିବା ଘଟଣାର ସାତ ଦିନ ପରେ ଜିଓ ଟାୱାର ନିର୍ମାଣ ପାଇଁ ବିଡ଼ିଓଙ୍କ ଆଲୋଚନା ଓ ପ୍ରତିଶ୍ରୁତି ଦେବା ପରେ ଅଞ୍ଚଳବାସୀ ତାଲା ଖୋଲି ଥିବା ଦେଖିବାକୁ ମିଳିଛି। ଡିମିରିଗୁଡ଼ା ପଞ୍ଚାୟତରେ ଦୀର୍ଘ ବର୍ଷରୁ ମୋବାଇଲ ଟାୱାର ନିର୍ମାଣ ପାଇଁ ପ୍ରଶାସନ, ବିଧାୟକ, ଜିଲ୍ଲାପାଳଙ୍କୁ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଯାହାକୁ ନେ଼ଇ ଅଞ୍ଚଳର ଶତାଧିକ ମହିଳା ପୁରୁଷ ସାମିଲ୍ ହୋଇ ଟାୱାର ନିର୍ମାଣ କରିବା ଦାବିରେ ଆନ୍ଦୋଳନ କରିବା ସହ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଥିଲେ।ତେବେ ପ୍ରଥମ ଦିନରେ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିବା ବେଳେ ଦୁତୀୟ ଦିନରେ ତହସିଲଦାର୍ ଏମ୍ ଅନୁରାଧା ଓ ଫିରିଙ୍ଗିଆ ଅତିରିକ୍ତ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ଯାହା ଦ୍ଵାରା ପଞ୍ଚାୟତରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଫିରିଙ୍ଗିଆ ବିଡ଼ିଓ ଲୋକଙ୍କୁ ବୁଝା ବୁଝି କରିବା ସହ ତୁରନ୍ତ ମୋବାଇଲ୍ ଟାୱାର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବା ସହ ତାଲା ଖୋଲିବାକୁ କହିବା ପରେ ଉତ୍ତ୍ୟକ୍ତ ଲୋକେ ପଞ୍ଚାୟତରୁ ତାଲା ଖୋଲିଥିଲେ। ଅନ୍ୟ ପଟେ ଫେବୃଆରୀ ମାସ ଶେଷ ସୁଦ୍ଧା ମୋବାଇଲ୍ ଟାୱାର ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେଲେ ପୁଣି ଥରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 4 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories