ସାତକୋଶିଆ ବାଲିପୁଟରେ ଇକୋ-ରିଟ୍ରିଟ୍‌, ଆଭାସି ମାଧମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Udaya_Labanya | December 1, 2022 | 30 views |0 | Breaking News


ନରସିଂହପୁର (ଉଲ୍ଲାପ୍ର )ଓଡ଼ିଶା ଟୁରିଜିମ୍‌ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌ (ଓଟିଡିସି) ପକ୍ଷରୁ କଟକ ଜିଲ୍ଲା ପ୍ରଶାସନ ସହଯୋଗରେ ମହାନଦୀର ସାତକୋଶିଆ-ବାଲିପୁଟରେ ନିର୍ମିତ ଇକୋ-ରିଟ୍ରିଟ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ ଉତ୍ସବରେ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ସଂମ୍ମାନୀତ ଅତିଥି ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା, କଟକ ଜିଲ୍ଲାପାଳ ଭବାନୀ ଶଙ୍ଖର ଚଇନି,ଅତିରିକ୍ତ ଜିଲାପାଳ ପୂର୍ଣଚନ୍ଦ୍ର ମିଶ୍ର,ଆଠଗଡ ଉପଜିଲ୍ଲାପାଳ ହେମନ୍ତ

କୁମାର ସ୍ୱାଇଁ, ଓ ଟୁରିଜିମ ବିଭାଗର ଅଧିକାରୀ ସୁଜାତା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଆଜିଠାରୁ ଆସନ୍ତାବର୍ଷ ଫେବ୍ରୁଆରି ୨୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଇକୋ-ରିଟ୍ରିଟ୍‌ ବିଗତ ବର୍ଷ ଭଳି ପର୍ଯ୍ୟଟକଙ୍କ ମନକୁ ଆକୃଷ୍ଟ କରିବ ବୋଲି ସଂମ୍ମାନୀତ ଅତିଥି କଟକ ଜିଲାପାଳ ଶ୍ରୀ ଚଇନି ପ୍ରକାଶ କରିଥିଲେ। ରାଜ୍ୟରେ ଏକା ସାଙ୍ଗରେ ୪ଟି ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଇକୋ-ରିଟ୍ରିଟ୍‌ର ଶୁଭାରମ୍ଭ କରାଯାଇଛି। ନରସିଂହପୁର ବ୍ଲକ୍‌ କମଳାଡିହ ପଞ୍ଚାୟତ ଅନ୍ତର୍ଗତ ବାଲିପୁଟରେ ରାଜ୍ୟ ସହ ସହବନ୍ଧିତ ଥିବା ଏକ ଏଜେନ୍ସି ଦ୍ୱାରା ନିର୍ମିତ ଇକୋ-ରିଟ୍ରିଟ୍‌ରେ ମହାନଦୀର ଅସ୍ତଗାମୀ ସୂର୍ଯ୍ୟ ସାଙ୍ଗକୁ ନୀଳ ଜଳରାଶି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।

ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ଏଠାରେ ୨୭ଟି ଡିଲକ୍ସ ଓ ପ୍ରିମିୟମ୍‌ ବିଳାସପୂର୍ଣ୍ଣ ଅସ୍ଥାୟୀ କକ୍ଷ ନିର୍ମାଣ କରାଯାଇଛି। ଗୋଟିଏ ରାତ୍ରିଯାପନ ପାଇଁ ଡିଲକ୍ସ ଗୃହର ମୂଲ୍ୟ ୯ ହଜାର ଟଙ୍କା ଓ ପ୍ରିମିୟମ୍‌ କକ୍ଷର ମୂଲ୍ୟ ୧୨ହଜାର ଟଙ୍କା ରଖା ଯାଇଛି। ଏଠାରେ ପର୍ଯ୍ୟଟକଙ୍କ ପାଇଁ ସୁସ୍ୱାଦୁ ଭୋଜନର ବ୍ୟବସ୍ଥା ରହିଛି। କେବଳ ଓଟିଡିସି ୱେବ୍‌ସାଇଟ୍‌ରେ ଏହାର ଅନ୍‌ଲାଇନ୍‌ ବୁକିଂ କରାଯିବ ବୋଲି ସୂଚନା ଦିଆଯାଇଛି।ପ୍ରକାଶ ଥାଉକି ବ୍ଲକ ଅଧକ୍ଷା ସସ୍ମିତା ଜେନା ଙ୍କୁ ଅଣଦେଖା ଲାଗି କାର୍ଯ୍ୟକ୍ରମ ରୁ ଛାଡି ଚାଲିଯାଇ ଥିଲେ ।ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 78 views |0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

ଆବାସ ଯୋଜନା ଦୁର୍ନୀତି ନେଇ ତିଗିରିଆ ବ୍ଲକ…

Udaya_Labanya | February 4, 2023 | 15 views | 0

ତିଗିରିଆ (ଉଲ୍ଲାପ୍ର )କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଶାସକ ଦଳ ଦଳୀୟ ଭିତିରେ ବାଣ୍ଟୁ ଥିବା ଯୋଗୁ ଏବେ ରାଜ୍ୟରେ ବିଜେପି ଦଳ ପ୍ରତି ବ୍ଲକ ଆଗରେ ଧାରଣା ଦେଉଛି, ଶନିବାର ଦିନ କଟକ ଜିଲ୍ଲା ଆଠଗଡ ନିର୍ବାଚନ…

Leave a Reply

Your email address will not be published. Required fields are marked *

Archives

Categories