କେ ଜି ବି. ଭି କର୍ମଚାରୀ ସଙ୍ଘ ପକ୍ଷରୁ ବିଭିନ୍ନ ଦାବୀ ପୂରଣ ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର

Udaya_Labanya | December 3, 2022 | 39 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ବିଭିନ୍ନ ଦାବୀ ପୂରଣ ନେଇ କନ୍ଧମାଳ ଜିଲ୍ଲା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସଙ୍ଘ ପକ୍ଷରୁ ପାଞ୍ଚ ଦଫା ଦାବିପୂରଣ ନେଇ ଏକ ସ୍ମାରକ ପତ୍ର କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର ଙ୍କୁ ପ୍ରଦାନ କରିଥିଲେ l ସଂଗଠନ ର ସଭାନେତ୍ରୀ ଶ୍ରୀମତୀ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଜିଲାପାଳ ପାଟିଲ ଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ l
ସେମାନଙ୍କ ଦାବୀ ମଧ୍ୟରେ ଦରମା ବୃଦ୍ଧି ସହ ଇନ୍କ୍ରିମେଣ୍ଟ, ହାଉସ ରେଂଟଓ ଡି ଏ ପ୍ରଦାନ କରିବା l
ସରକାର ଵିଶେଷ କରି ବାଳିକା ଶିକ୍ଷା
ଉପରେ ଗୁରୁତ୍ୱ ଦେଉଥିବାବେଳେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ଶହ ଶହ ଆଦିବାସୀ ବାଳିକା ମାନକୁ ସ୍କୁଲ ମୁହଁl କରିବା ସହ ସେମାନଙ୍କୁ ହଷ୍ଟେଲ ରେ ରଖି ଦିନ ରାତି ସେମାନଙ୍କ ନିରନ୍ତର ସେବା ଓ ସୁରକ୍ଷା ଦାଇତ୍ୱ ରେ ରହି କାର୍ଯ୍ୟ ସୁଚାରୁରୂପେ ପାଳନ କରୁଥିଲେ ମଧ୍ୟ ସରକାର ସେମାନଙ୍କ ଚାକିରୀ ର ସ୍ଥାୟୀତ୍ୱ ନେଇ ଗୁରୁତ୍ୱର ସହ ବିଚାର ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସଭାନେତ୍ରୀ ଶ୍ରୀମତୀ ବୈଜୟନ୍ତିଵାଳା ମହାପାତ୍ର କହିଛନ୍ତି l
ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘ ସମ୍ପାଦିକା ଗୀତାରାଣୀ ପ୍ରଧାନ,କୋଷାଧକ୍ଷ ପ୍ରିୟମ୍ବଦା ବିଶୋଇ, ସଂଗୀତା କର, ପ୍ରମୁଖ ଙ୍କ ସହ ବିଭିନ୍ନ ଅଂଚଳ ରୁ ଆସିଥିବା କର୍ମଚାରୀ ମାନେ ଯୋଗ ଦେଇଥିଲେ l ଏଥିସହ ସଂଗଠନ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ମଧ୍ୟ ଭେଟି ଦାବିପତ୍ର ପ୍ରଦାନ କରିଥିବା କଥା ସଭାନେତ୍ରୀଶ୍ରୀମତୀ ମହାପାତ୍ର କହିଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 95 views |0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

ଆବାସ ଯୋଜନା ଦୁର୍ନୀତି ନେଇ ତିଗିରିଆ ବ୍ଲକ…

Udaya_Labanya | February 4, 2023 | 15 views | 0

ତିଗିରିଆ (ଉଲ୍ଲାପ୍ର )କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଶାସକ ଦଳ ଦଳୀୟ ଭିତିରେ ବାଣ୍ଟୁ ଥିବା ଯୋଗୁ ଏବେ ରାଜ୍ୟରେ ବିଜେପି ଦଳ ପ୍ରତି ବ୍ଲକ ଆଗରେ ଧାରଣା ଦେଉଛି, ଶନିବାର ଦିନ କଟକ ଜିଲ୍ଲା ଆଠଗଡ ନିର୍ବାଚନ…

Leave a Reply

Your email address will not be published. Required fields are marked *

Archives

Categories