#Breaking News

ଗୋପାଳପୁର ପୋଲିସ ର ନିସ୍ତୁକ ମାଡ଼ ରେ ବ୍ୟବସାୟୀ ଲହୁ ଲୁହାଣ, ଥାନାଧିକାରୀ ଙ୍କ ନାଁ ରେ ମାମଲା ରୁଜ୍ଜୁ


ଫୁଲ ବାଣୀ (ସୁନୀଲ ପଟନାୟକ )
ଗଂଜାମ ଜିଲ୍ଲା ଗୋପାଳପୁର ପୋଲିସ ର ଅମାନବୀୟତା ଓ ବର୍ବରତା lକୌଣସି କାରଣ ନଥାଇଗଂଜାମ ଜିଲ୍ଲା ଗୋପାଳ ପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି
ଙ୍କ ନିର୍ଦେଶ ରେ କୁଆଡେ କିଛି ପୋଲିସ ଏକ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ଦିନ
ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ରାଇକିଆ ସହର ର କନ୍ୟାଶ୍ରମ ରୋଡ ରେ ରହୁଥିବା ରେଡି ମେଡ଼ ଗାର୍ମେଣ୍ଟସ ବ୍ୟବସାୟୀ ସୁମନ୍ତ କୁମାର ସାହୁଙ୍କଘରେ ପଶି ସାହି ଲୋକଙ୍କ ବାରଣ ସତ୍ୱେ ତାଙ୍କୁ ଯୋର ଜବରଦସ୍ତ ଉଠାଇ ଗୋପାଳପୁର ଥାନା କୁନେଇ ସେଠାରେ ନିସ୍ତୁକ ମାଡ଼ ମାରିବା ଫଳରେ ସେ ଆହତ ହୋଇଥିଲେ ଫଳରେ ପ୍ରଥମେ ସୁମନ୍ତ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଓ ପରେ ଫୁଲବାଣୀ ସଦରମହକୁମା ଡାକ୍ତର ଖାନା ରେ ଭର୍ତ୍ତି ହୋଇଥିଲେ l
ଗୋପାଳ ପୁର ପୋଲିସ ର ଏଭଳି ଅମାନବୀୟ କାର୍ଯ୍ୟ କୁ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l
ଏ ନେଇ ସୁମନ୍ତ କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କୁ ଭେଟି ଜଣାଇବା ପରେ କନ୍ଧମାଳ ଏସପି ଅଗ୍ରୱାଲ ଙ୍କ ନିର୍ଦେଶ ରେ ରାଇକିଆ ଥାନା ଅଧିକାରୀ ରମା କାନ୍ତ ପାତ୍ର ବର୍ତମାନ ର ଗୋପାଳପୁର ଥାନା ଅଧିକାରୀ ଓ ପୂର୍ବତନ ରାଇକିଆ ଥାନା ଅଧିକାରୀଶ୍ରୀକାନ୍ତ ଖମାରି ଓ ସ୍ମୃତି ରେଖା ସାହୁ ଙ୍କ ନାମରେ ଧାରା 341/323/294/506/420/120-ବି ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି l
ପୋଲିସ ମାଡ ରେ ଆହତ ସୁମନ୍ତ ଙ୍କ ସ୍ତ୍ରୀ ସୁଭଦ୍ରା କୁମାରୀ ଚନ୍ଦନ ରାଇକିଆ ଥାନାରେ ଏତଲା ଦେଇଥିବା ଜଣାପଡିଛି l
ସୂଚନା ଯୋଗ୍ୟ ଯେ, ରାଇକିଆ ଅଂଚଳ ର ସ୍ମୃତିରେଖା ସାହୁ ନାମକ ଜଣେ ମହିଳା ଙ୍କ ଠାରୁ ବ୍ୟବସାୟି ସୁମନ୍ତ ପାଖାପାଖି ଚାରି ଲକ୍ଷ ଟଙ୍କା ଧାର ସୂତ୍ରରେ ଆଣିଥିଲେ ଆଉ ସୁଧ ସ ହ ଫୋନ ପେ, ବ୍ୟାଙ୍କ ଆକାଉଣ୍ଟମାଧ୍ୟମ ରେ ଫେରାଇଥିଲେ l ତେବେ ଭୂଲ ବଶତଃ ଧାର ଆଣିବାବେଳେ କରିଥିବା ଏଗ୍ରିମେଣ୍ଟ ପେପର ସ୍ମୃତି ରେଖା ଙ୍କ ଠାରୁ ଆଣିନଥି ଲେlଫଳରେ ତାର ସୁଯୋଗ ରେ ସ୍ମୃତି ପୁଣି ଟଙ୍କା ଦାବୀ କରି ଆଗରୁ ପରିଚୟ ଥିବା ପୂର୍ବତନରାଇକିଆ ଥାନାଧିକାରୀଓ ବର୍ତମାନ ଗୋପାଳପୁର ଥାନା ଅଧିକାରୀ ଖମାରି ଙ୍କ ସାହାଯ୍ୟ ନେଇଥିଲେ lଆଉ ଖମାରି ପୋଲିସ ପଠାଇ ସୁମନ୍ତ ଙ୍କୁ ଗୋପାଳପୁର ନେଇ ମାଡମାରିଥିବା ଅଭିଯୋଗ ହୋଇଛି l ତେବେ ସ୍ମୃତି ରେଖା ରାଇକିଆ ଥାନାରେ ଅଭିଯୋଗ ନକରି ଗୋପାଳପୁର ଥାନାଅଧିକାରୀ ଙ୍କୁ କେଉଁ ଆଧାର ରେ ଜଣାଇଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି l
ପୋଲିସ ଡିଜି, ରାଜ୍ୟ ମାନବାଧିକାର କମିଶନ ଦ୍ରୁଷ୍ଟି ଦେଇ ଥାନାଧିକାରୀ ଖମାରି ଓ ତାଙ୍କ ବୋଲକରା ପୋଲିସ କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *