#Breaking News

ଫୁଲବାଣୀ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା


ଫୁଲବାଣୀ(ସୁନୀଲ ପଟନାୟକ )
ଫୁଲବାଣୀ ର ଏଜ ଓ ହାଇ ସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର, ସହକାରୀ ବ୍ଲକ ଶିକ୍ଷାଧିକାରୀ , ଅମୁଲ୍ୟ ଜେନା ପ୍ରମୁଖ ଯୋଗ ଦେଇ ଆଜିର ଆଧୁନିକ ଯୁଗ ରେ ବିଜ୍ଞାନ, ଓ ପରିବେଶ ର ଯଥେଷ୍ଟ ଗୁରୁତ୍ୱ ରହିଥିବା କହିଥିଲେ l
ଏହି ଅବସର ରେ ଆୟୋଜିତ ପ୍ରତିଯୋଗିତା ରେ ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷାଧିକାରୀ ଷଡ଼ଙ୍ଗୀ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ର ଅଶି ଜଣପ୍ରତିଯୋଗୀପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେl ସେଥି ମଧ୍ୟରୁ ୫ ଟି ପ୍ରକଳ୍ପ ବିଚାରକ ଦ୍ୱାରା ମନୋନୀତ ହୋଇଥିଲା lକାର୍ଯ୍ୟକ୍ରମ ରେ ଶିକ୍ଷକ, ଶିକ୍ଷୟତ୍ରୀ, ସି ଆର ସି ସି ମାନେ ଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *