#Breaking News #Uncategorized

ଫୁଲବାଣୀ ନିକଟ ଡ଼ାଙ୍ଗାଣିକିଆ ଗ୍ରାମରୁ ଛଅ ଫୁଟର ଅଜଗର ସାପ ଉଦ୍ଧାର

ଫୁଲବାଣୀ 4/12(ସୁନୀଲ ପଟନାୟକ )
ରବିବାର ସକାଳେ ଫୁଲବାଣୀ ସହର ଠାରୁ କିଛି ଦୂର ଡ଼ାଙ୍ଗାଣିକିଆ ଗ୍ରାମରେ ଏକ ଛଅ ଫୁଟର ଅଜଗର ସାପଘରେ ପଶିଯାଇଥିବା ନେଇ କଂସ ଦିଗାlଲ ନାମକ ଜଣେ ବ୍ୟକ୍ତି ଟିମ୍ ହ୍ୟୁମାନିଟି କନ୍ଧମାଳ ଆବାହକ ଭି ଲୋକନାଥ ରାଜୁ ଙ୍କୁ ଯୋଗାଯୋଗ କରିଥିଲେ l
ଖବର ପାଇବା କ୍ଷଣି ଟିମ୍ ସଦସ୍ୟ ସାଇରାମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି , ଅନ୍ତର୍ଯ୍ୟାମୀ ପ୍ରଧାନ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ସାପଟିକୁ ସୁଦୂର ଜଙ୍ଗଲ ରେ ଛାଡି ଦେଇଥିଲେ । ଟିମ୍ ହୁମାନ୍ୟଟି ସଦସ୍ୟଙ୍କ ସାହାଯ୍ୟ ମନୋଭାବ ତତ୍ପରତା ଏବଂ ସାହାସିକ ପଦକ୍ଷେପ ପାଇଁ କଂସ ଡିଗାଲ ଙ୍କ ପରିବାର ସମେତ ଉକ୍ତ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।

Leave a comment

Your email address will not be published. Required fields are marked *