ବିବାହ ବନ୍ଧନ ରେ ବାନ୍ଧି ହେଲେ ଆତ୍ମ ସମର୍ପଣ କରିଥିବା ୨ ମହିଳା ମାଓବାଦୀ ନନ୍ଦିନୀ ଓ କରୁଣା
Udaya_Labanya | December 5, 2022 | 9 views |0 | Breaking News
ଫୁଲବାଣୀ(ସୁନୀଲ ପଟନାୟକ )
ବାଜୁଛି ସାହା ନାଇ,ଶୁଭୁଚି ଶଙ୍ଖ, ନାଚ ଗୀତ ସାଙ୍ଗକୁ ବାଜା ବି ବାଜୁଛି lସବୁଆଡ ଖୁସିର ମାହୋଲ lଏ ଦୃଶ୍ୟ ହେଉଛି ଫୁଲବାଣୀ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସର ରେ ଥିବା ରାଧାକୃଷ୍ଣ ମନ୍ଦିର ର l
ସରକାରଙ୍କ ଆକର୍ଷଣୀୟ ପ୍ୟାକେଜ ରେ ଆକର୍ଷିତ ହୋଇ ସମାଜ ର ମୁଖ୍ୟ ସ୍ରୋତରେ ସାମିଲହେବା ପାଇଁ ମନ ବଳାଇ ୨ ମାଓବାଦୀ ନନ୍ଦିନୀ ଓ କରୁଣା ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ lସ୍ୱପ୍ନିତl ପାଟ୍ଟ ମାଝୀ ଓରଫ ନନ୍ଦିନୀ 2019ରେ କନ୍ଧମାଳ ଏସପି ଙ୍କ ନିକଟରେ ଆତ୍ମ ସମର୍ପଣ କରିଥିବା ବେଳେଫୁଲବତୀ ଉସେଣ୍ଡି ଓରଫ କରୁଣା 2021ରେ ପୋଲିସ ଡିଜି ଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲେ l
କରୁଣା ଛତିଶଗଡ଼ କଙ୍କର ଜିଲ୍ଲା ର ଦୂରଖଣ୍ଡାଳ ପୋଲିସ ଥାନା ଅନ୍ତର୍ଗତ ଗୁମୁଡି ଗ୍ରାମର ହୋଇଥିବାବେଳେ ନନ୍ଦିନୀ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିରଲା ପଂଚାୟତ ର ଗୁଡ଼ରି ଗ୍ରାମ ର l
ତେବେ ସେ ଦୁହେଁ ଅବିବାହିତ ଥିବାରୁ ସେମାନଙ୍କୁ ପୋଲିସ ସହଯୋଗ ରେ ରବିବାର ବିବାହ ଉତ୍ସଵର ଆୟୋଜନ କରାଯାଉଛି l
ଏଥିପାଇଁ ସମସ୍ତ ପ୍ରକାର ଆୟୋଜନ କରିଛି ଜିଲ୍ଲା ପୋଲିସ l ବେଦି ସଜା ଠୁ ଆରମ୍ଭକରି ବିବାହ ସାମଗ୍ରି, ବରଯାତ୍ରୀ ସ୍ଵାଗତ ସହ ଭୋଜିଭାତ ବ୍ୟବସ୍ଥା ହୋଇଥିଲା
ପୋଲିସ ରିଜର୍ଭ ପଡିଆରେ ଥିବା ରାଧାକୃଷ୍ଣ ମନ୍ଦିର ପରିସର ରେ ଏହି ଦୁଇଜଣଙ୍କ ରବିବାର ବିବାହ ହୋଇଥିଲା l
କନ୍ଧମାଳ ପୋଲିସ ଏସପି ଙ୍କ ନିର୍ଦେଶ କ୍ରମେ ପୋଲିସ ଏସବୁ ଆୟୋଜନ କରିଛି lବିବାହ ଭୋଜି ଠୁ ଆରମ୍ଭ କରି ଲୁଗାପଟା, ସାଜସଜ୍ଜା ଆଦି ବ୍ୟବସ୍ଥା କରିଛି ପୋଲିସ l
କନ୍ଧମାଳ ର ଦାରିଂବାଡ଼ି ଅଂଚଳ ର ବିନୋଦ ଙ୍କ ସହ ନନ୍ଦିନୀ ର ବିବାହ କରିଥିବା ବେଳେ କରୁଣା ଜି. ଉଦୟଗିରି ର ସ୍ଵପ୍ନେଶ୍ଵର କୁବିବାହ କରିଥିଲେ l ଏହି
ବିବାହ ରେ ଉଭୟ ବେଶ ଖୁସି ଥିବା ସେମାନେ କହିଛନ୍ତି l
ସେମାନ ଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ କନ୍ଧମାଳ ପୋଲିସ ପକ୍ଷରୁସମସ୍ତ ପ୍ରକାର ସହଯୋଗ କରାଯିବବୋଲି କହିଛନ୍ତି କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ l