#Breaking News

ଖବର ପ୍ରକାଶ ପରେ ଇଫୁ କୁ ମିଳିଲା ୬ ୨ ହଜାର ୯୫0ଟଙ୍କା


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡ଼ିଆକିଆ ପଂଚାୟତ ର ବାଗରା ମିଲା ଗ୍ରାମର ଦିନ ମଜୁରିଆ ର ପୁଅ ଡାକ୍ତରୀ ପଢୁଆ ଛାତ୍ର ଇଫୁ ଙ୍କୁ ମିଳିଲା ୬୨ ହଜାର ୯୫0ଟଙ୍କା lଫଳରେ ସେ ଖୁସି ବ୍ୟକ୍ତକରିବା ସହ ପ୍ରଶାସନ କୁ ଆନ୍ତରିକ ଧନ୍ୟବାଦ ଦେଇଛନ୍ତି l

ଇଫୁ ପିଲା ବେଳୁ ଡାକ୍ତର ହେବାର ସ୍ବପ୍ନ ଦେଖିଥିଲେ ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବେ ବୋଲି ଭାବିଥିଲେ l
ଆଉ ନିଜ ର ଆଗ୍ରହ, କଠିନ ପରିଶ୍ରମ, ନିଷ୍ଠା ବଳରେ ସେ ଆଜି ନିଟ ପରିକ୍ଷା ରେ କୃତକାର୍ଯ୍ୟ ଲାଭ କରିପାରିଛନ୍ତି l
ଇଫୁ ଦ୍ୱିତୀୟ ଥର ନିଟ ପରିକ୍ଷା ରେ କୃତ କାର୍ଯ୍ୟ ହୋଇଥିଲେ lଇଫୁ ସହିଦ ଲଖଣ ନାୟକ ମେଡିକାଲ କଲେଜ କୋରାପୁଟ ରେ ତାଙ୍କୁ ପାଠ ପଢିବେ l
ଏଣୁ କ୍ଲାସ ଆରମ୍ଭ ପୂର୍ବରୁ ମୋତେ କାମକରି ଅର୍ଥ ସଂଗ୍ରହ କରିବାକୁ ପଡିବ ବୋଲି ଦୁଃଖ ଭରା କଣ୍ଠରେ କହିଛନ୍ତି ଇଫୁ l ଗଲା ଦଶ ଦିନରେ ସେ ମାତ୍ର ୨ ହଜାର ଟଙ୍କା ହିଁ ଯୋଗାଡ଼ କରିଛନ୍ତି ଇଫୁ l
ତେବେ ବାପା ମୁଲ ଲାଗି ପରିବାର ଚଳାଉଥିବାରୁ ତାଙ୍କ ପାଖରେ ପୁଅକୁ ପାଠ ପଢ଼ିବାଲାଗି ଅର୍ଥ ନାହିଁl ଫଳରେ ଇଫୁବେଳେ ବେଳେ ନିଜେ କାମ କରି ଟଙ୍କା ଯୋଗାଡ଼ କରୁଥିବା କଥା ଖବର ପ୍ରକାଶ ପାଇବା ପରେ ପ୍ରଶାସନ ସହଯୋଗ ର ହାତ ବଢ଼ାଇଥିଲା lବାଲିଗୁଡା ବିଡ଼ିଓ ଶଶାଙ୍କ ଶେଖର ପାତ୍ର ଆଜି ଇଫୁ ଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି l
ତେବେ ବଳକା ଅର୍ଥ କେମିତି ସଂଗ୍ରହ ହେବ ତାକୁନେଇ ଚିନ୍ତାରେ ଅଛନ୍ତି ଇଫୁ lବର୍ତ୍ତମାନ ଇଫୁ ଜଣେ ସାଙ୍ଗ ରବାପାଙ୍କ ଠାରୁ ଆଡ଼ମିସନ ପାଇଁ
ପାଖା ପାଖି ଚାଳିଶ ହଜାର ଟଙ୍କା ଧାର କରିସାରିଛନ୍ତି l ହଷ୍ଟେଲ ଫୀ ପାଇଁ ପନ୍ଦର ହଜାର ଟଙ୍କା ଆହୁରି ବାନ୍ଧି ପାରିନାହାନ୍ତି lସେହିପରି ମାସକୁ ଚାରି ପାଞ୍ଚ ହଜାର ହଷ୍ଟେଲ ଫୀ ଦେବାକୁପଡିବ ମୋତେ, ଏଣୁ ଅର୍ଥ ସଂଗ୍ରହ ପାଇଁ ସଂଘର୍ଷ କରୁଛି ବୋଲି ଇଫୁ କହିଥିଲେ l
ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ, ସ୍ବେଛାସେବୀ ସଂଗଠନ, ସହୃଦୟ ବ୍ୟକ୍ତି ବିଶେଷ ଆର୍ଥିକ ସହଯୋଗ ର ହାତ ବଢ଼ାଇଲେ ଇଫୁ ଜଣେ ଭଲ ଡାକ୍ତର ହୋଇପାରନ୍ତେ ଆଉ ନିଜ ଗାଁ ର ଗରିବ ଲୋକଙ୍କ ସେବାକରନ୍ତେ l
ପ୍ରେସ କ୍ଲବ, ଫୁଲବାଣୀ ପକ୍ଷ ରୁ ଇଫୁ ଙ୍କ ପାଠପଢିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାଲାଗି ଜିଲ୍ଲା ପ୍ରେସ କ୍ଲବ ର ସଭାପତି ସୁନୀଲ ପଟନାୟକ ପ୍ରତି ଶ୍ରୁତି ଦେଇଥିବା ବେଳେ ପଞ୍ଜାବ ନେସନାଲ ବ୍ୟାଙ୍କ,ଫୁଲବାଣୀ ଶାଖା
ପକ୍ଷରୁ ମଧ୍ୟ ସହଜ ଓ ସୁବିଧାରେ ଶିକ୍ଷା ଋଣ ଯୋଗାଇଦେବା ପାଇଁଶାଖା ପରିଚାଳକ ପ୍ରତିଶୃତି ଦେଇଛନ୍ତି l

Leave a comment

Your email address will not be published. Required fields are marked *