ଡାକ୍ତରୀ ପଢିବାକୁ ଟଙ୍କା ନାହିଁ କାମ କରି ଅର୍ଥ ସଂଗ୍ରହ କରୁଛନ୍ତି ଇଫୁ

Udaya_Labanya | December 8, 2022 | 10 views |0 | Uncategorized


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡ଼ିଆକିଆ ପଂଚାୟତ ର ବାଗରା ମିଲା ଗ୍ରାମର ଦିନ ମଜୁରିଆ ର ପୁଅ ଇଫୁ ମଲିକ ପିଲା ବେଳୁ ଡାକ୍ତର ହେବାର ସ୍ବପ୍ନ ଦେଖିଥିଲେ ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବେ ବୋଲି ଭାବିଥିଲେ l
ଆଉ ନିଜ ର ଆଗ୍ରହ, କଠିନ ପରିଶ୍ରମ, ନିଷ୍ଠା ବଳରେ ସେ ଆଜି ନିଟ ପରିକ୍ଷା ରେ କୃତକାର୍ଯ୍ୟ ଲାଭ କରିପାରିଛନ୍ତି l
ଇଫୁ ଦ୍ୱିତୀୟ ଥର ନିଟ ପରିକ୍ଷା ରେ କୃତ କାର୍ଯ୍ୟ ହୋଇଥିଲେ lଇଫୁ ସହିଦ ଲଖଣ ନାୟକ ମେଡିକାଲ କଲେଜ କୋରାପୁଟ ରେ ତାଙ୍କୁ ପାଠ ପଢିବେ l
ଏଣୁ କ୍ଲାସ ଆରମ୍ଭ ପୂର୍ବରୁ ମୋତେ କାମକରି ଅର୍ଥ ସଂଗ୍ରହ କରିବାକୁ ପଡିବ ବୋଲି ଦୁଃଖ ଭରା କଣ୍ଠରେ କହିଛନ୍ତି ଇଫୁ l ଗଲା ଦଶ ଦିନରେ ସେ ମାତ୍ର ୨ ହଜାର ଟଙ୍କା ହିଁ ଯୋଗାଡ଼ କରିଛନ୍ତି ଇଫୁ l

ତେବେ ବାପା ମୁଲ ଲାଗି ପରିବାର ଚଳାଉଥିବାରୁ ତାଙ୍କ ପାଖରେ ପୁଅକୁ ପାଠ ପଢ଼ିବାଲାଗି ଅର୍ଥ ନାହିଁl ଫଳରେ ଇଫୁବେଳେ ବେଳେ ନିଜେ କାମ କରି ଟଙ୍କା ଯୋଗାଡ଼ କରୁଥିବା ଜଣାପଡିଛି l
ତେବେ ବଳକା ଅର୍ଥ କେମିତି ସଂଗ୍ରହ ହେବ ତାକୁନେଇ ଚିନ୍ତାରେ ଅଛନ୍ତି ଇଫୁ lବର୍ତ୍ତମାନ ଇଫୁ ଜଣେ ସାଙ୍ଗ ରବାପାଙ୍କ ଠାରୁ ଆଡ଼ମିସନ ପାଇଁ
ପାଖା ପାଖି ଚାଳିଶ ହଜାର ଟଙ୍କା ଧାର କରିସାରିଛନ୍ତି l ହଷ୍ଟେଲ ଫୀ ପାଇଁ ପନ୍ଦର ହଜାର ଟଙ୍କା ଆହୁରି ବାନ୍ଧି ପାରିନାହାନ୍ତି lସେହିପରି ମାସକୁ ଚାରି ପାଞ୍ଚ ହଜାର ହଷ୍ଟେଲ ଫୀ ଦେବାକୁପଡିବ ମୋତେ, ଏଣୁ ଅର୍ଥ ସଂଗ୍ରହ ପାଇଁ ସଂଘର୍ଷ କରୁଛି ବୋଲି ଇଫୁ କହିଛନ୍ତି l
ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ, ସ୍ବେଛାସେବୀ ସଂଗଠନ, ସହୃଦୟ ବ୍ୟକ୍ତି ବିଶେଷ ଆର୍ଥିକ ସହଯୋଗ ର ହାତ ବଢ଼ାଇଲେ ଇଫୁ ଜଣେ ଭଲ ଡାକ୍ତର ହୋଇପାରନ୍ତେ ଆଉ ନିଜ ଗାଁ ର ଗରିବ ଲୋକଙ୍କ ସେବାକରନ୍ତେ l
ପ୍ରେସ କ୍ଲବ, ଫୁଲବାଣୀ ପକ୍ଷ ରୁ ଇଫୁ ଙ୍କ ପାଠପଢିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାଲାଗି ପ୍ରତି ଶ୍ରୁତି ଦିଆଯାଇଛି l
ସେହିପରି ପଞ୍ଜାବ ନେସନାଲ ବ୍ୟାଙ୍କ,ଫୁଲବାଣୀ ଶାଖା
ପକ୍ଷରୁ ମଧ୍ୟ ଇଫୁ ଙ୍କ ପାଠ ପଡ଼ିବାଲାଗି ସୁବିଧା ରେ ଶିକ୍ଷା ଋଣଯୋଗାଇ ଦେବାଲାଗି ବ୍ୟାଙ୍କ ଶାଖା ପରିଚାଳକ କହିଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

କନ୍ଧମାଳ ମହୋତ୍ସବ ୨ 0୨ ୩ ପାଇଁ…

Udaya_Labanya | January 25, 2023 | 21 views |0

ଫୁଲବାଣୀ(ସୁନୀ ଲପଟନାୟକ )କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨ 0୨ ୩ ପାଇଁ ବୁଧବାରସ୍ଥାନୀୟ ନାରାୟଣୀ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

କନ୍ଧମାଳ ଜିଲ୍ଲା ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ

Udaya_Labanya | January 20, 2023 | 10 views | 0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ଓ ଉପାଧ୍ୟକ୍ଷ ନଳୀନି କହଁର ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଉନ୍ନୟନ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ରାଜ୍ୟ ସ୍ତରୀୟ…

Leave a Reply

Your email address will not be published. Required fields are marked *

Archives

Categories