#Breaking News

ତିନି ଦିନିଆ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଉଦଯାପିତ


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲା ପରିଷଦ କନ୍ଧମାଳଙ୍କ ମିଳିତ ସହଯୋଗ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଏବଂ ପଞ୍ଚାୟତିରାଜ ବିଭାଗ ଓଡିଶାଙ୍କ ସହାୟତାରେ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ବନ୍ଧଗଡ ଠାରେ ତିନି ଦିନିଆ ୱାର୍ଡ ସଭ୍ୟ ଓ ସଭ୍ୟାମାନଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ସ୍ୱାତୀର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ ଓ ସଂପାଦକ ଇଂ. ହରିଶଙ୍କର ରାଉତ ଯୋଗଦେଇ ଏହି ପ୍ରଶିକ୍ଷଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ତାଲିମ୍ କାର୍ଯ୍ୟକ୍ରମରେ ଫିରିଙ୍ଗିଆର ବ୍ଳକ ଅନ୍ତର୍ଗତ ସଲାଗୁଡା, କ୍ରାଣ୍ଡିବାଲି, ନୂଆପଦର, ଡିମିରିଗୁଡା ଓ ପବିଙ୍ଗିଆ ଆଦି ପଂଚାୟତର ୱାର୍ଡ଼ ସଭ୍ୟ ଓ ସଭ୍ୟାମାନେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ। ତାଲିମଦାତା ଭାବେ କୈଳାଶ ଚନ୍ଦ୍ର ପାଢି ଓ ନିରଞ୍ଜନ ବେହେରା ଯୋଗ ଦେଇଥିଲେ। ଆଲୋକ ସାମନ୍ତରାଏ, ବିନୋଦ ବେହେରା ଓ ଏଲ୍. କୀର୍ତ୍ତି ରେଡି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a comment

Your email address will not be published. Required fields are marked *