#Breaking News

ବନ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ବୈଠକ ଜଙ୍ଗଲ ନିଆଁ ରୋକିବା କୁ ପ୍ରୟାସ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲାରେ ରାଜ୍ୟର ସବୁଠୁ ଅଧିକ ଘଞ୍ଚ ଜଙ୍ଗଲ ରହିଛି ଆଉ ଗ୍ରାମାଞ୍ଚଳ ଲୋକମାନଙ୍କ ମଧ୍ୟରେ ସଚେତନତା ର ଅଭାବ ରହିଛି ଫଳରେଜଙ୍ଗଲ ନିଆଁ ଦ୍ୱାରା ପ୍ରତିବର୍ଷ ଜିଲାର ମୂଲ୍ୟବାନ ଘଞ୍ଚ ଜଙ୍ଗଲ ନଷ୍ଟ ହେଉଥିବା
ଗୁରୁବାର ଆୟୋଜିତ ଜିଲ୍ଲା ସ୍ତରୀୟ ଜଙ୍ଗଲ ନିଆଁ ଦାଉ ରୁ ରକ୍ଷା କରିବା ନେଇ ଅନୁଷ୍ଠିତ ବୈଠକ ରେ ଯୋଗ ଦେଇ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଉଦବେଗ ପ୍ରକାଶ କରିବା ସହ ଅଧିକ ରୁ ଅଧିକ ଜନ ସଚେତନ ସୃଷ୍ଟି ଲାଗି ପରାମର୍ଶ ଦେଇଥିଲେ l
ସେହିପରି ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ ଓ ବାଲିଗୁଡା ବନଖଣ୍ଡ ଅଧିକାରୀ ବିସ୍ବରାଜ ପଣ୍ଡା, ପରିବେଶ ବିତ ତଥାବରିଷ୍ଠ ଆଇନଜୀବି କୌଶିକ ସାହୁ ପ୍ରମୁଖ ଯୋଗ ଦେଈ କନ୍ଧମାଳ ଜିଲାରେ ମୋଟ ୮ ହଜାର ୨ ୧ ବର୍ଗ କିଲୋମିଟର ଏରିଆ ମଧ୍ୟରୁ ବର୍ତମାନ ୬ ହଜାର ୩ ୬ ୮ ବର୍ଗ କିଲୋମିଟର ଅର୍ଥାତ ୭ ୯ ପ୍ରତିଶତ ଜଙ୍ଗଲରହିଛି lଏସବୁ ର ସୁରକ୍ଷା ଆବଶ୍ୟକ lସଚେତନ ଅଭାବରୁ ଲୋକେ ମହୁଲ ଫୁଲ ସଂଗ୍ରହ କରିବାକୁ ନଚେତ କେନ୍ଦୁପତ୍ର ସଂଗ୍ରହ ପାଇଁ ନିଆଁ ଲଗାଇ ଦେବା ଫଳରେ ଜଙ୍ଗଲ କ୍ଷୟ ହେଉଥିବା କହିଥିଲେ l
ସେହିପରି ଏ ସି ଏଫ ମଳୟ କlଲୋ
କହିଥିଲେ ଜଙ୍ଗଲ ଲୋକଙ୍କର, ଜଙ୍ଗଲ ରହିଲେ ଜଙ୍ଗଲ ଜାତ ଦ୍ରବ୍ୟ, ସଂଗ୍ରହ କରି ସେମାନେହିଁ ଲାଭ ବାନ ହେବେ ଏଣୁ ସେମାନେ ହି ସୁରକ୍ଷା କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ l ବର୍ତମାନ ଜିଲାରେ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜାନୁଆରୀ ରୁ ଜୁନ
୨୩ ଯାଏ ୬ ମାସ ପାଇଁ ଏକ ନୂତନ ପ୍ରକଳ୍ପ ହାତକୁ ନିଆଯିବ ଏଥିପାଇଁ ଜନସାଧାରଣ, ପରିବେଶ ବିତ,ଓ ସ୍ବେଛାସେବୀ ମାନଙ୍କ ସହଯୋଗ ଦରକାର ବୋଲି ଏ ସିଏଫ କାଲୋ କହିଥିଲେ lଅନ୍ୟମାନଙ୍କ ମଧ୍ୟରେ ଏସିଏଫ ସୋମ୍ୟରଞ୍ଜନ ସାହୁ, ଏସିଏଫ କେନ୍ଦୁଲିଫ ଅନିଲ କୁମାର ରାୟ ଙ୍କ ସମେତ ସମସ୍ତ ରେଞ୍ଜର, ଓ ବନକର୍ମଚାରୀ ମାନେ ଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *