କୂଇ ଭାଷା ସାହିତ୍ୟ ସମିତି କର୍ମଶାଳା ରେ କୂଇ ଭାଷା ର ମାନ୍ୟତା ଦାବୀ

Udaya_Labanya | December 11, 2022 | 15 views |0 | Breaking News

ଫୁଲବାଣୀ (ସୁନୀଲ ପଟନାୟକ )
କୁଇ ଲିପି ର ସ୍ୱୀକୃତି ପାଇଁ ବିଧାୟକ ଭାବେ ଯଥା ସଂଭଵ ଉଦ୍ୟମ କରିବେ ବୋଲି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ କୂଇ ଭାଷା ସାହିତ୍ୟ ସମିତି କର୍ମଶାଳା ର ଦ୍ୱିତୀୟ ଦିନ ର କର୍ମଶାଳା ରେ ଯୋଗ ଦେଇ କହିଥିଲେ l
କାହିଁ କେଉଁ ଆବାହନ କାଳରୁ କୁଇ ଭାଷା ପ୍ରଚଳିତ ହୋଇ ଆସୁଛି! କୁଇ ଭାଷା ଅତିଲୋକ ପ୍ରିୟ ଅଟେ! କନ୍ଧମାଳର ଅଧିକାଂଶ ଅଧିବାସୀ କୁଇ ଭାଷା ରେ କଥାବାର୍ତା ହୋଇଥାନ୍ତି କିନ୍ତୁ ଏହି ଭାଷା ଏଯାଏଁ ମାନ୍ୟତା ଲାଭ କରିପାରିନି ବୋଲି କହିଥିଲେ l ବିଳମ୍ବରେ ହେଲେ ବି ଏବେ କୂଇ ଭାଷା
ଲିପି ପ୍ରସ୍ତୁତ ହୋଇଛି! ତାହା କୁଇ ସମାଜ ଭାଷା ସାହିତ୍ୟ ସମିତିର ଅନୁମଦନ ହେଲା ପରେ ସରକାରୀ ମାନ୍ୟତା ପାଇଁ ଉଦ୍ୟମ କରାଯିବ ଆଉ ବିଧାୟକ ଭାବେ ସେମାନେ ସମ୍ପୂର୍ଣ ସହଯୋଗ କରିବେ ବୋଲି ଭାଷଣ ପ୍ରସଙ୍ଗ ରେ କହିଥିଲେ! ଲିପି କୁ ଚୂଡାନ୍ତ ରୂପ ଦେବା ଲାଗି ଜୁରୀଙ୍କ ( ବିଚାରକ ମଣ୍ଡଳୀ ) ଗତକାଲି ତିନିଦିନିଆ କନଫରେନ୍ସ ଆରମ୍ଭ ହୋଇଛି! ଓଡ଼ିଶାର ବହୁ ଆଦିବାସୀ ଲେଖକ, ଅବସର ପ୍ରାପ୍ତ ଅଫିସର, କର୍ମଚାରୀ , ବିଧାୟକ, ଅଧ୍ୟାପକ, ଅଧ୍ୟାପିକା ସାମ୍ବାଦିକ, କୁଇସମାଜର କର୍ମକର୍ତ୍ତା ଓ ନେତା ଯୋଗ ଦେଇ କୂଇ ଭାଷା ପ୍ରଚଳନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି l
ଅନ୍ୟମାନଙ୍କ ମଧ୍ୟରେ ଇଂ ଅବନୀ କହଁର, ଡ଼ଃ ନିରଦ କହଁର ପ୍ରମୁଖ ଉପସ୍ଥିତ ଥିଲେ l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 6 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories