ନବୋଦୟ ଆଲୁମିନି ସଂଗଠନ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

Udaya_Labanya | December 11, 2022 | 35 views |0 | Breaking News


ଫୁଲବାଣ(ସୁନୀଲ ପଟନାୟକ )
ଫୁଲବାଣୀ ଜବାହର ନବୋଦୟ ଆଲୁମିନି ଏସୋସିଏସନ ପକ୍ଷରୁ ଶନିବାର ସଂଗଠନ ର ବାର୍ଷିକ ଉତ୍ସବ ଅବସର ରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ମାଗଣା ଚକ୍ଷୁ ପରିକ୍ଷା ଓ ଚିକିତ୍ସା ଶିବିର ର ଆୟୋଜନ କରାଯାଇଥିଲା l
ଏହି ଅବସର ରେ ସଭାପତି ସୁର ପ୍ରସାଦ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନ ୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ବସନ୍ତ ପାତ୍ର,
ଚକ୍ଷୁ ବିଶେଷଜ୍ଞ, ତ୍ରିଲୋଚନ ନେତ୍ରାଳୟ, ଡା. ସୀମା ସିଂହ ପ୍ରମୁଖ ଯୋଗ ଦେଇ ଆଲୁମିନି ର ଏଭଳି ଜନହିତକର କାର୍ଯ୍ୟ କୁ ଭୁୟସୀ ପ୍ରଶଂସା କରିଥିଲେ lସେହିପରି ଏହl ସମସ୍ତ ଙ୍କ ମଧ୍ୟରେ ଭାଇଚାରା, ସମ୍ପର୍କ, ଅତ୍ମୀୟତା ସୃଷ୍ଟି କରିବାରେ ସହାୟକ ହୋଇଥିବା ସଭାପତି ନାୟକ କହିଥିଲେlସଙ୍ଗଠନ ପକ୍ଷରୁ ପୂର୍ବରୁ ଯୁବକ ଯୁବତୀମାନଙ୍କ କେରୀଏର କାଉନସେ ଲିଙ୍ଗ, ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ସଚେତନ ଶିବିର, ପୋଷାକ ବଣ୍ଟନ, ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ, ରକ୍ତ ଦାନ ଶିବିର, ଶିଶୁ ଓ ମହିଳା ଅଧିକାର ଦିଗରେ କାର୍ଯ୍ୟ କରିଆସିଛି lଆଲୁମିନି ସାଧାରଣ
ସମ୍ପାଦକ ନୀଳ ମାଧବ ଡିଗାଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l
ଅନ୍ୟ ମାନଙ୍କମଧ୍ୟରେ ଉପସଭାପତି ରମାକାନ୍ତ ଡିଗାଲ, ସମ୍ପାଦକ ବିଚିତ୍ର ମଳିକ, ସିମାଞ୍ଚଳ ଡିଗାଲ, ଦିଲ୍ଲୀପ ପ୍ରଧାନ, ଯୁଗ୍ମ ସମ୍ପାଦକ ଧନଞ୍ଜୟ ଖମାରି, କୋଷାଧ୍ୟକ୍ଷ ଲଲାଟେନ୍ଦୁ ନାୟକ ପ୍ରମୁଖ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ଆଲୁମିନି ର ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସଦସ୍ୟ ମାନେ ଯୋଗ ଦେଇଥିଲେ l
ଆଗକୁ ଆହୁରି ଅନେକ କାର୍ଯ୍ୟ କ୍ରମ ମାନ ହାତକୁ ନିଆଯିବ ବୋଲି ସଭାପତି ନାୟକ କହିଛନ୍ତି l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 7 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories