ବିଭିନ୍ନ ସମସ୍ୟା ସମ୍ପର୍କ ରେ ବରିଷ୍ଠ ନାଗରିକ କମିଟି ର ଆଲୋଚନା
Udaya_Labanya | December 11, 2022 | 14 views |0 | Breaking News
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲାର ବରିଷ୍ଠ ନାଗରୀକ
ମାନେ ସୁରକ୍ଷିତ ଭାବେ ରହିବା ସହ ନ୍ୟାୟ ଓ ହକ ପାଇବେ ସେ ନେଇ ରବିବାର ବରିଷ୍ଠ ନାଗରିକକମିଟି ର ଏକ ଗୁରୁତ୍ୱ ପୁର୍ଣ ବୈଠକ ସ୍ଥାନୀୟ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା lମିଳିତ ନାଗରିକ କମିଟି ସଭାପତି ଡ଼ଃ ଅରୂପ ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବରିଷ୍ଠ ନାଗରିକ ତଥା ପୂର୍ବତନ ନଗରପାଳ କମଳା କାନ୍ତ ପାଣ୍ଡେ, ଅବସରପ୍ରାପ୍ତ ସ୍ୱାସ୍ଥ୍ୟବିଭାଗ ଅଧିକାରୀ ପଣ୍ଡିତ ଅନନ୍ତ ନାରାୟଣ ମିଶ୍ର, ପ୍ରଣବ ମଣ୍ଡଳ,ଯୋଗ ଦେଇ ଏହି ସଂଗଠନ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଦ୍ରୁଷ୍ଟି ଦେଇଆସିଛିl ବିଭି ନ୍ନ ସମୟରେ ବରିଷ୍ଠ ନାଗରିକ ଓ ସେମାନଙ୍କ ପରିବାର ପାଇଁ ମାଗଣା ସ୍ୱାସ୍ଥ୍ୟ ପରିକ୍ଷା ଶିବିର, ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରିଛି ଆଗକୁ ଆହୁରି ଅନେକ ଗଠନ ମୂଳକ କାର୍ଯ୍ୟ ହାତକୁ ନିଆଯିବ ଏଣୁ ଏଥିରେ ସମସ୍ତ ଙ୍କ ଆନ୍ତରିକ ସହଯୋଗ କାମନା କରିଥିଲେ l
ଅମୀୟ ଦାଶ, ପ୍ରଣବ ମଣ୍ଡଳ,ସାମ୍ବାଦିକ ବିଜୟ ମହାନ୍ତି, ରାଜେନ୍ଦ୍ର ପାଢ଼ୀ, ପ୍ରମୁଖ ଉପସ୍ଥିତ ରହି ସଂଙ୍ଘକୁ ସୁଦୃଢ଼ କରିବାଲାଗି ଗଠନ ମୂଳକ ପରାମର୍ଶ ଦେଇଥିଲେ l ସଙ୍ଘ ର ବୃହତର ସ୍ୱାର୍ଥ କୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ଭେଦ ଭାବ ମନାନ୍ତର ଓ ମତାନ୍ତର ଭୂଲି ଏକଜୁଟ ହୋଇ କାମ କାଲେ ଅଧିକ ସୁଫଳ ମିଳିବ ବୋଲି କହିଥିଲେ l