କୂଇ ଭାଷା ସାହିତ୍ୟ ସମିତି କର୍ମଶାଳା ଉଦଯାପିତ

Udaya_Labanya | December 12, 2022 | 18 views |0 | Breaking News

ଫୁଲବାଣୀ (ସୁନୀଲ ପଟନାୟକ )
କୂଇ ଭାଷା ସାହିତ୍ୟ ସମିତି ପକ୍ଷରୁ ଫୁଲବାଣୀ ଠାରେ ଆୟୋଜିତ ତିନିଦିନିଆ କର୍ମଶାଳା ସୋମବାର ଉଦଯାପିତ ହୋଇଛି l
ଏହି କର୍ମଶାଳା ରେ ବିଭିନ୍ନ କୂଇ ଗବେଷକ ଙ୍କ ଦ୍ୱାରା ପ୍ରସ୍ତୁତ
କୁଇ ଲିପି ଉପସ୍ଥାପନ କରାଯାଇଥିଲା lଏସବୁକୁ ବାର ଜଣ ଜୁରୀ (ଵିଚାରକ ) ଆଲୋଚନା ପର୍ଯ୍ୟାଲୋଚନା କରି ଶେଷରେ ଅଧିକ ନମ୍ବର ରଖିଥିବା ଫିରିଙ୍ଗିଆ ଅଂଚଳ ର ଦୀନବନ୍ଧୁ କହଁର ଙ୍କ ପ୍ରସ୍ତୁତ ଲିପି କୁ ଗୃହୀତ କରାଯାଇଥିବା ନେଇ
ଜୁରୀ ଅଧ୍ୟକ୍ଷ ଡ଼ଃ, ଗଙ୍ଗାଧର ହାଁସଦା ଘୋଷଣା କରିବା ପରେ ଦୀନବନ୍ଧୁ ଙ୍କୁକମିଟି ପକ୍ଷରୁ ଉପଢୌକନ, ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା l
ଏ ନେଇ ସାମ୍ବାଦିକ ସମ୍ମିଳନୀ ରେ କୂଇ ଭାଷା ସାହିତ୍ୟ ସମିତି ସମ୍ପାଦକ ଡା. ନିରଦ ଚନ୍ଦ୍ର କହଁର ସୂଚନା ଦେଇଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ଆଦିବାସୀ କର୍ମଚାରୀ ସମନ୍ୱୟ ସମିତି ସମ୍ପାଦକ ଗଙ୍ଗା କହଁର, ଇଂ ଅବନୀ କହଁର, ନରୋତ୍ତମ ପ୍ରଧାନ, ପଦ୍ମଶ୍ରୀ ଦମୟନ୍ତୀ ବେସରା, ମନୋଜ ମଲିକ, ପ୍ରଦୀପ କହଁର, ପୁଷରା କହଁର, ଏସୀଆ କହଁର, ବୁଲୁ ହିକା କୋରାପୁଟ, ମୁକୁନ୍ଦ କହଁର, ଡ଼ଃ କାନ୍ହୁ ଶତପଥୀ, ଇନ୍ଦ୍ରଜିତ ସିଂହ,ଡ଼ଃ ବାବୁ ରାଓ ମହାନ୍ତି ରାୟଗଡା, ଜଗବନ୍ଧୁ ଦାଶ ଚକାପାଦ, ସୁଦାମ ବେହେରା ପ୍ରମୁଖ ଙ୍କ ସମେତ ଫୁଲବାଣୀ ଓଜି. ଉଦୟଗିରି ବିଧାୟକ, ଅଧ୍ୟକ୍ଷ, ଏସ ଡି ସି, ଙ୍କ ସମେତରାଜ୍ୟର ବିଭିନ୍ନ ଅଂଚଳରୁ ବହୁ ବୁଦ୍ଧିଜୀବୀ, କୁଇନେତା ପ୍ରମୁଖ ଯୋଗ ଦେଇ କୁଇଲିପି କୁ ମାନ୍ୟତା ପ୍ରଦାନ କରିବା ନେଇ ମତବ୍ୟକ୍ତ କରିଥିଲେ l

ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ କୂଇ ଭାଷା ସାହିତ୍ୟ ସମିତି କର୍ମଶାଳା ର ଦ୍ୱିତୀୟ ଦିନ ର କର୍ମଶାଳା ରେ ଯୋଗ ଦେଇ କହିଥିଲେ l
କାହିଁ କେଉଁ ଆବାହନ କାଳରୁ କୁଇ ଭାଷା ପ୍ରଚଳିତ ହୋଇ ଆସୁଛି! କୁଇ ଭାଷା ଅତିଲୋକ ପ୍ରିୟ ଅଟେ! କନ୍ଧମାଳର ଅଧିକାଂଶ ଅଧିବାସୀ କୁଇ ଭାଷା ରେ କଥାବାର୍ତା ହୋଇଥାନ୍ତି କିନ୍ତୁ ଏହି ଭାଷା ଏଯାଏଁ ମାନ୍ୟତା ଲାଭ କରିପାରିନି ବୋଲି କହିଥିଲେ l ବିଳମ୍ବରେ ହେଲେ ବି ଏବେ କୂଇ ଭାଷା
ଲିପି ପ୍ରସ୍ତୁତ ହୋଇଛି! ତାହା କୁଇ ସମାଜ ଭାଷା ସାହିତ୍ୟ ସମିତିର ଅନୁମଦନ ହେଲା ପରେ ସରକାରୀ ମାନ୍ୟତା ପାଇଁ ଉଦ୍ୟମ କରାଯିବ ଆଉ ବିଧାୟକ ଭାବେ ସେମାନେ ସମ୍ପୂର୍ଣ ସହଯୋଗ କରିବେ ବୋଲି ଭାଷଣ ପ୍ରସଙ୍ଗ ରେ କହିଥିଲେ! ଲିପି କୁ ଚୂଡାନ୍ତ ରୂପ ଦେବା ଲାଗି ଜୁରୀଙ୍କ ( ବିଚାରକ ମଣ୍ଡଳୀ ) ଗତକାଲି ତିନିଦିନିଆ କନଫରେନ୍ସ ଆରମ୍ଭ ହୋଇଛି! ଓଡ଼ିଶାର ବହୁ ଆଦିବାସୀ ଲେଖକ, ଅବସର ପ୍ରାପ୍ତ ଅଫିସର, କର୍ମଚାରୀ , ବିଧାୟକ, ଅଧ୍ୟାପକ, ଅଧ୍ୟାପିକା ସାମ୍ବାଦିକ, କୁଇସମାଜର କର୍ମକର୍ତ୍ତା ଓ ନେତା ଯୋଗ ଦେଇ କୂଇ ଭାଷା ପ୍ରଚଳନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି l
ଅନ୍ୟମାନଙ୍କ ମଧ୍ୟରେ ଇଂ ଅବନୀ କହଁର, ଡ଼ଃ ନିରଦ କହଁର ପ୍ରମୁଖ ଉପସ୍ଥିତ ଥିଲେ l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories