ଖବର ପ୍ରକାଶ ପରେ ଇଫୁ ଙ୍କୁ ମିଳିଲା ଆବାସ ଯୋଜନା ରେ ଘର

Udaya_Labanya | December 12, 2022 | 31 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଇଫୁ ଓ ତାଙ୍କ ପରିବାର ର ଖୁସି କହିଲେ ନ ସରେ lଗଣମାଧ୍ୟମ ରେ ଡାକ୍ତର ପଢୁଆ ଛାତ୍ର ଇଫୁ ଙ୍କ ପରିବାର ର ଦୁଃଖ କାହାଣୀ ପ୍ରକାଶ ପାଇବା ପରେ ତାଙ୍କର ଓ ପରିବାର ର ଭାଗ୍ୟ ବଦଳିଯାଇଛି l
ଇଫୁ ଙ୍କ ପରିବାର କୁ ମିଳିଲା ବିଜୁ ପକ୍କାଘରl ଏବେ ସେ ଆଉ ଭଙ୍ଗା ଦଦରା ଆଜ ଵେଷ୍ଟସ ଘରେ ରହିବେନି l ଛାତ ଘରେ ରହିବେ l
ଗତକାଲି ବାଲିଗୁଡା ବିଡ଼ିଓ ଶଶାଙ୍କ ଶେଖର ପାତ୍ର ବିଜୁ ପକ୍କା ଘର କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି l
ସେହିପରି ଡାକ୍ତରୀ ପାଠ ପଢିବାକୁରାଜ୍ୟ ସରକାର ୬ ୨ ହଜାର ୯ ୯ 0ଟଙ୍କା ପ୍ରଦାନ କରିଛନ୍ତି l ଆଉ ସମସ୍ତ ଖର୍ଛ ବି ଵହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି lସେହିପରି ବିଭିନ୍ନ ବେସରକାରୀ ସଂସ୍ଥା, ଓ ବ୍ୟକ୍ତିବିଶେଷ ମଧ୍ୟ ଇଫୁ କୁ ସହାୟତାର ହାତ ବଢ଼ାଇଛନ୍ତି l ଏହା ସଂଭବ ହୋଇଛି କେବଳ ଗଣ ମାଧ୍ୟମ ପାଇଁ ବୋଲି ଇଫୁ କହିବାସହ ଗଣ ମାଧ୍ୟମ କୁ ଧନ୍ୟବାଦ ଦେଇଛନ୍ତି l
ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ର ବା ଗ୍ରା ମିଲା ଗ୍ରାମର ଆଦିବାସୀ ଯୁବକ ଇଫୁ ମଳିକ ଡାକ୍ତରୀପାଠ ପଢିବା ଲାଗିଆଡ଼ ମିଶନ ଓ ହଷ୍ଟେଲ ଫୀ ଦେବାଲାଗି ପର ଘରେ ମୂଲ ଲାଗି ଅର୍ଥ ଯୋଗାଡ଼ କରୁଥିବା ନେଇ ଖବର ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ ପାଇବା ପରେ ସହାୟତା ର ସୁଅ ଛୁଟୁଛି ତାଙ୍କ ପାଖକୁ l ଇଫୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 12 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories